ବେଆଇନ୍‌ କରତ କଳରେ ଚଢ଼ଉ:୧ ଲକ୍ଷ ଟଙ୍କାର କାଠ ଓ ମେସିନ୍‌ ଜବତ

ବେଆଇନ୍‌ କରତ କଳରେ ଚଢ଼ଉ:୧ ଲକ୍ଷ ଟଙ୍କାର କାଠ ଓ ମେସିନ୍‌ ଜବତ

ସମ୍ବଲପୁର: ସ୍ଥାନୀୟ ବରେଇପାଲି ନିକଟସ୍ଥ ଗୋପାଲପାଲିର ଟ୍ରକ୍‌ ସଂଘ ପାର୍କିଂ ଗ୍ରାଉଣ୍ଡ ପାଖରେ ଥିବା ଏକ ବେଆଇନ୍‌ କରତ କଳ ଉପରେ ଆଜି ଚଢ଼ଉ ହୋଇଛି। ଚଢ଼ଉ ସମୟରେ କରତକଳରୁ କରତ,୬ ଏଚ୍‌ପି ମଟର, ବ୍ଲେଡ, କରତ ଗୁଣ୍ଡ ଓ ବିଭିନ୍ନ ଆକୃତିର ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର କାଠ ଜବତ କରାଯାଇଛି। ଚଢ଼ଉ ସୂଚନା ପାଇ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଏନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ମିଳିଥିବା ସୂଚନା ମୁତାବକ, ଗୋପାଲପାଲିରେ ଦୀର୍ଘଦିନ ହେବ ବେଆଇନ୍‌ କରତ କଳ ଚାଲୁଥିବା ନେଇ ସୂଚନା ମିଳିବା ପରେ ସମ୍ବଲପୁର ଭିଜିଲାନ୍ସ ଓ୍ଵିଙ୍ଗ, ଡିଭିଜନ ଓ ସର୍କଲ ମୋବାଇଲ ଟିମ୍‌ ଏବଂ ଟାଉନ ରେଞ୍ଜ କର୍ମଚାରୀଙ୍କୁ ମିଶାଇ ମୋଟ ୨୪ ଜଣିଆ ଟିମ୍‌ ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe