Odisha Bytes
ସମ୍ବଲପୁର: ଦେବୀ ଦର୍ଶନ ଉପରେ ଲାଗିଲା କଟକଣା। ମହାଳୟା ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ରହିବ। କରୋନା ଯୋଗୁଁ ମାଆଙ୍କ ଦର୍ଶନ ଉପରେ କଟକଣା ଲାଗିଛି। କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ମାଆଙ୍କ ଧବଳମୁଖୀ ବେଶ ଦର୍ଶନ କରିପାରିବେ ନାହିଁ।
ତେବେ ଡିଜିଟାଲ ପ୍ଲାଟଫର୍ମରେ ଶ୍ରଦ୍ଧାଳୁମାନେ ଘରେ ରହି ମାଆଙ୍କୁ ଦର୍ଶନ କରିପାରିବେ। ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ମାନସିକ ଦୀପ ଜାଳିବା ପାଇଁ ପ୍ରଶାସନକୁ ଅନୁମତି ମଗାଯିବ ବୋଲି ସୂଚନା ମିଳିଛି। ପ୍ରଶାସନର ଅନୁମତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
Follow Us