ସମ୍ବଲପୁର ମଣ୍ଡଳ କାରାଗାର : ଏଯାଏ ହୋଇନି କାହାରି କୋଭିଡ୍ ପରୀକ୍ଷା, ସ୍ୱାସ୍ଥ୍ୟ ବିଭାଗ ଦେଉନି ମାସ୍କ, ସାନିଟାଇଜର୍‌

Advertisment
ସମ୍ବଲପୁର ମଣ୍ଡଳ କାରାଗାର : ଏଯାଏ ହୋଇନି କାହାରି କୋଭିଡ୍ ପରୀକ୍ଷା, ସ୍ୱାସ୍ଥ୍ୟ ବିଭାଗ ଦେଉନି ମାସ୍କ, ସାନିଟାଇଜର୍‌

jagran.com

ସମ୍ବଲପୁର : ରାଜ୍ୟରେ କେତେକ ଜେଲରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ପ୍ରତି ଦିନ ନୂଆ ନୂଆ କଏଦୀ ଆସୁଥିବା ବଡ଼ ଜେଲ୍‌ ଗୁଡ଼ିକରେ ବିହିତ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ମଣ୍ଡଳ କାରାଗାରର କୌଣସି ଜଣେ ବି ଅନ୍ତେବାସୀଙ୍କ କୋଭିଡ୍ ପରୀକ୍ଷା ହୋଇ ନାହିଁ।

ପ୍ରତିଦିନ ଏଠାକୁ ଅନେକ ଅଭିଯୁକ୍ତ ଆସୁଛନ୍ତି। ତେଣୁ ଅନ୍ତେବାସୀଙ୍କ କୋଭିଡ୍ ପରୀକ୍ଷା ପାଇଁ ବ୍ୟବସ୍ଥା ହେବା ଉଚିତ ବୋଲି ମତପ୍ରକାଶ ପାଉଛି।

ସୂଚନା ଅନୁସାରେ, ସମ୍ବଲପୁର ମଣ୍ଡଳ ଜେଲରେ ୨୪ ତାରିଖ ସୁଦ୍ଧା ସମୁଦାୟ ୬୭୨ ଅନ୍ତେବାସୀ ଅଛନ୍ତି। ଏଥିରୁ ଅଧିକାଂଶ ବିଚାରାଧୀନ। ଗତ ସପ୍ତାହେ ମଧ୍ୟରେ ୨୦ରୁ ଅଧିକ ନୂଆ ଅଭିଯୁକ୍ତ ଜେଲକୁ ଆସିଛନ୍ତି। ଦୈନିକ ହାରାହାରି ୪-୫ ଜଣ ଅଭିଯୁକ୍ତ ବିଭିନ୍ନ ମାମଲା ଯୋଗୁଁ ଆସିଥାଆନ୍ତି। ସପ୍ତାହରେ ୫ରୁ୬ ଦିନ ଏଠାକାର ଅନ୍ୟୁନ ଜଣେ ଅନ୍ତେବାସୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥାଆନ୍ତି। ଆହୁରି ମଧ୍ୟ ଭିମସାରରେ ଚିକିତ୍ସା ପାଇଁ ନିକଟବର୍ତ୍ତୀ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଏବଂ ନୂଆପଡ଼ା ଜେଲ ଅନ୍ତେବାସୀ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିକିତ୍ସା ପାଇଁ ଆସିଥାଆନ୍ତି। ଅବଶ୍ୟ ଏବେ ସେଭଳି କଏଦୀଙ୍କ ସଂଖ୍ୟା ପ୍ରାୟତଃ କମି ଯାଇଛି। ତେବେ ବର୍ତ୍ତମାନ ସ୍ଥିତିରେ ଏହି ମଣ୍ଡଳ କାରାଗାରକୁ ଯେ କରୋନା ପ୍ରବେଶ ନ କରିବ ତାହା କହି ହେବ ନାହିଁ।

publive-image banglanews24.com

ମାର୍ଚ ମାସରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ମଣ୍ଡଳ କାରାଗାରରେ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ମେ ମାସ ଶେଷ ସୁଦ୍ଧା ପ୍ରାଥମିକ ପର୍ଯ୍ୟାୟରେ ଜେଲରେ ଭିଡ ନିୟନ୍ତ୍ରଣ ପାଇଁ ଅନେକ ଅନ୍ତେବାସୀଙ୍କୁ ଜାମିନ ଦିଆଗଲା। ଦଣ୍ଡାଦେଶ କୋହଳ କରାଗଲା। ଭିଡ଼ ହ୍ରାସ ପାଇଁ କିଛି ଅନ୍ତେବାସୀଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ବି କରା ଯାଇଥିଲା। ବର୍ତ୍ତମାନ ଯେଉଁଭଳି କରୋନା ବୃଦ୍ଧି ପାଇବାରେ ଲାଗିଛି, କାହାକୁ ପେରୋଲରେ ଛଡ଼ା ଯାଉ ନାହିଁ। କୌଣସି ନୂଆଁ ଅନ୍ତେବାସୀ ଆସିଲେ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖାଯାଉଛି। ଜେଲ୍‌ ପକ୍ଷରୁ ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜର ବ୍ୟବସ୍ଥା କରାଯାଇଛି। ଅଗ୍ନିନିର୍ବାପକ ବାହିନୀ ସହାୟତାରେ ୩ ଥର ଜେଲ ସାନିଟାଇଜ କରାଯାଇଛି। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବେଳେ କୌଣସି ବ୍ୟକ୍ତିଙ୍କ କୋଭିଡ୍ ଲକ୍ଷଣ ଥିବା ଜଣାପଡ଼ିଲେ, ପଦକ୍ଷେପ ଗ୍ରହଣ ପାଇଁ ଜେଲ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ଜେଲ ଅଧୀକ୍ଷକ ବିରେନ ସାହୁ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁର ଜେଲର କୌଣସି ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇ ନଥିବାରୁ କୋଭିଡ୍ ପରୀକ୍ଷା କରାଯାଇ ନାହିଁ। ଆବଶ୍ୟକ ହେଲେ ପ୍ରଶାସନକୁ ଏଥି ପାଇଁ ରିକ୍ୟୁଜିସନ୍‌ ଦିଆଯିବ। ଏନେଇ କୋଭିଡ୍ ଦାୟିତ୍ବରେ ଥିବା ଏଡିଏମ୍‌ଙ୍କ ସହ ଆଲୋଚନା ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

ତେବେ ଏହି ଜେଲ୍‌ରେ ପାଖାପାଖି ୭୦୦ କଏଦୀ ରହୁଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ସୁବିଧା ପ୍ରଦାନ କରାଯାଉ ନାହିଁ। ଏପର୍ଯ୍ୟନ୍ତ ମଣ୍ଡଳ କାରାଗାରକୁ ସମ୍ବଲପୁର ସ୍ବାସ୍ଥ୍ୟ ବିଭାଗ କୌଣସି ସାନିଟାଇଜର୍‌, ମାସ୍କ ବା ଅନ୍ୟ ନିରାପତ୍ତା ସାମଗ୍ରୀ ଯୋଗାଇ ଦେଇ ନାହିଁ। ସପ୍ତାହକୁ ଥରେ ଜେଲ୍ ପରିସର ବିଶୋଧିତ ହେବାର ଆବଶ୍ୟକତା ରହିଛି। କିନ୍ତୁ ଅଗ୍ନିଶମ ବିଭାଗ ବି ସେଭଳି ତତ୍ପରତା ଦେଖାଉ ନାହିଁ। ବର୍ଷା ଋତୁରେ ପୌର ପ୍ରଶାସନ ପକ୍ଷରୁ ମଶା ତେଲ ବି ସିଞ୍ଚନ କରାଯାଇ ନାହିଁ ‌େବାଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe