କ‌େରୋନାକୁ ପରାସ୍ତ କରି କାମରେ ଯୋଗ ଦେବା ପରେ ୨ ପୁଲିସ୍‌କର୍ମୀଙ୍କୁ ସ୍ବାଗତ କଲେ ସମ୍ବଲପୁର ଏସ୍‌ପି

Advertisment
କ‌େରୋନାକୁ ପରାସ୍ତ କରି କାମରେ ଯୋଗ ଦେବା ପରେ ୨ ପୁଲିସ୍‌କର୍ମୀଙ୍କୁ ସ୍ବାଗତ କଲେ ସମ୍ବଲପୁର ଏସ୍‌ପି

ସମ୍ବଲପୁର: କ‌େରୋନାକୁ ପରାସ୍ତ କରି ପୁଣି ଥରେ କାମରେ ଯୋଗ ଦେବା ପରେ ଦୁଇ ଜଣ ପୁଲିସ୍‌ କର୍ମୀଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ୍‌ କାର୍ଯ୍ୟାଳୟରେ ଫୁଲତୋଡ଼ା ଦେଇ ସ୍ବାଗତ କରିଛନ୍ତି ସମ୍ବଲପୁର ଏସ୍‌ପି କନୱାର ବିଶାଲ ସିଂହ। ସେମାନେ ସୁସ୍ଥ ହୋଇ ତୁରନ୍ତ ଫ୍ରଣ୍ଟଲାଇନ ଡ୍ୟୁଟି ଆରମ୍ଭ କରିଛନ୍ତି। ଏହି ଦୁଇ ପୁଲିସ୍‌ କର୍ମୀ ହେଉଛନ୍ତି ସମ୍ବଲପୁର ରିଜର୍ଭ ପୁଲିସ୍‌ର କାର୍ଯ୍ୟରତ କନ୍‌‌ଷ୍ଟେବଲ୍‌।

ସମ୍ବଲ୍‌ପୁର ଏସ୍‌ପି ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏ ନେଇ ଏକ ପୋଷ୍ଟ୍‌ ହୋଇଛି। ସେଥିରେ ଲେଖାଯାଇଛି କି ‘ସମ୍ବଲପୁର ପୁଲିସ୍ ତା’ର ୨ କୋଭିଡ ଯୋଦ୍ଧାକୁ ସ୍ୱାଗତ କରିଛି। ଯେଉଁମାନେ କୋଭିଡ୍‌‌-୧୯କୁ ପରାସ୍ତ କରିଛନ୍ତି ଏବଂ ସୁସ୍ଥ ହେବା ପରେ ତୁରନ୍ତ ଫ୍ରଣ୍ଟଲାଇନ ଡ୍ୟୁଟି ଆରମ୍ଭ କରିଛନ୍ତି। ପ୍ଲାଜ୍‌ମା ଦାନ କରିବାକୁ ଉଭୟ ଇଚ୍ଛା ପ୍ରକାଶ କରିଛନ୍ତି ମଧ୍ୟ। ଆମର ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଆମେ ଗର୍ବିତ।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଦୁଇ ଯୋଦ୍ଧା ଜୁଲାଇ ୨୪ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ଦୁହେଁ ପଜିଟିଭ୍‌ ଚିହ୍ନଟରେ ହେବା ପରେ ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲେ। ଅଗଷ୍ଟ ୪ ତାରିଖରେ ସେମାନଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। କିଛି ଦିନ ଘରେ ପୃଥକ ରହିବା ପରେ ଆଜି ସେମାନେ କାମ‌ରେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe