ପରିବା ଚାଷୀ ଆଖିରେ ଲୁହ : ବିଲମୁଣ୍ଡରେ ଅଭାବୀ ବିକ୍ରି, ବଜାରରେ ଦର ଆକାଶଛୁଆଁ

Advertisment

ଓଡ଼ିଶା ଫ୍ରେସ୍‌, ମାର୍କେଟ ଟର୍ମିନାଲ କୁଆଡ଼େ ଗଲା?

ଓଡ଼ିଶା ଫ୍ରେସ୍‌, ମାର୍କେଟ ଟର୍ମିନାଲ କୁଆଡ଼େ ଗଲା?

ପରିବା ଚାଷୀ ଆଖିରେ ଲୁହ : ବିଲମୁଣ୍ଡରେ ଅଭାବୀ ବିକ୍ରି, ବଜାରରେ ଦର ଆକାଶଛୁଆଁ

ସମ୍ବଲପୁର : ସମ୍ବଲପୁର ବଜାରରେ ପରିବା ଦର ଏବେ ଆକାଶଛୁଆଁ, ଏଣେ ବିଲମୁଣ୍ଡରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ। ସଟ୍‌ଡାଉନର ଫାଇଦା ଉଠାଇ ବ୍ୟବସାୟୀମାନେ ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ପରିବା କିଣି ୨ରୁ୩ ଗୁଣ ଅଧିକ ଦରରେ ବଜାରରେ ବିକ୍ରି କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ପରିବା ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ନେଇ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରସ୍ତାବ ଦିଆଯାଉଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

ସଟ୍‌ଡାଉନ ଯୋଗୁଁ ବନ୍ଦ ରହିଛି ସମ୍ବଲପୁରର ସବୁ ସାପ୍ତାହିକ ବଜାର। ୪ ଦିନ ସଂପୂର୍ଣ୍ଣ ବନ୍ଦ ପରେ ସହରରେ ଦୈନିକ ବଜାର ଓଳିଏ ଖୋଲୁଥିଲେ ମଧ୍ୟ କଟକଣା ମଧ୍ୟରେ ବ୍ୟବସାୟ ସ୍ବାଭାବିକ ହୋଇ ପାରିନାହିଁ। କରୋନାକୁ ଦୃଷ୍ଟିରେ ରଖି ଅନେକ ଗାଁରେ ଚାଷୀଙ୍କୁ ବାହାର ବଜାରକୁ ଯାଇ ବିକ୍ରି ପାଇଁ କଟକଣା ଲଗାଯାଇଛି।

publive-image The Hindu

ଯୁଯୁମୁରା ବ୍ଲକ ସନାତନପାଲି ଚାଷୀ ମନବୋଧ ବାରିକ କହନ୍ତି, ଚଳିତ ବର୍ଷ ସେ ପ୍ରଥମ କରି ଜୈବିକ ଉପାୟରେ ବାଇଗଣ ଏବଂ ଭେଣ୍ଡି ଚାଷ କରିଥିଲେ। ଏଥିଯୋଗୁଁ ଅନ୍ୟ ବର୍ଷ ଅପେକ୍ଷା ଅନେକ ଅଧିକ ପରିଶ୍ରମ କରି ଦେଶୀ ଉପାୟରେ ସାର ପ୍ରସ୍ତୁତ କରି ବାଇଗଣରେ ପକାଇଥିଲେ। ବାଇଗଣ ଅତି ସୁସ୍ବାଦୁ, ସ୍ବାସ୍ଥ୍ୟ ପକ୍ଷରେ ହିତକର ହେବା ସହିତ ଅଧିକ ଦିନ ମଧ୍ୟ ସତେଜ ରହୁଛି। ଏଭଳି ଜୈବିକ ବାଇଗଣର ମୂଲ୍ୟ ୬୦ରୁ୭୦ ଟଙ୍କା ‌ହେବା କଥା। କିନ୍ତୁ ସେ ମାତ୍ର ୨୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଗତ ସପ୍ତାହର ବଜାର ସଟ୍‌ଡାଉନ୍‌ ସହିତ ଗାଁ ବାହାରକୁ ଯିବାର କଟକଣା ଯୋଗୁଁ ତାଙ୍କ ସମେତ ଅନେକ ଚାଷୀ ଗୋଟିଏ ଦିନରେ ନଷ୍ଟ ହୋଇ ଯାଉଥିବା ଭେଣ୍ଡି, ‌ଛତୁ ସମେତ ଅନେକ ପରିବା ଫିଙ୍ଗିବାକୁ ବାଧ୍ୟ ହୋଇଥିଲେ।

ଡିଡିଏଚ୍‌ ରଂଜନ ଦାସ ମହାପାତ୍ର କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ୪ଟି ଶୀତଳ ଭଣ୍ଡାର ରହିଛି। ସେଥିରେ କେବଳ ଆଳୁ, ଅଦା, ବନ୍ଧାକୋବି, ଫୁଲକୋବି ରହେ। ଅନ୍ୟ ପରିବା ଷ୍ଟୋରରେ ବେଶି ଦିନ ରହେ ପାରେ ନାହିଁ। ତେଣୁ ପରିବା ଚାଷୀଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ।

ଓଡ଼ିଶା ଫ୍ରେସ୍‌, ମାର୍କେଟ ଟର୍ମିନାଲ କୁଆଡ଼େ ଗଲା?
ଉପଯୁକ୍ତ ପରିବା ବଜାର ସୃଷ୍ଟି ପାଇଁ ସମ୍ବଲପୁର ସ୍ଥିତ ନୀଳଡୁଙ୍ଗୁରିରେ ମାର୍କେଟ ଟର୍ମିନାଲ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ଏଠାରେ ୧୦ଟି ଜିଲ୍ଲାର ଚାଷୀଙ୍କ ପରିବା ଉପଯୁକ୍ତ ମୂଲ୍ୟରେ କ୍ରୟ କରାଯାଇ ବିକ୍ରି ବ୍ୟବସ୍ଥା ହେବ ବୋଲି କୁହାଯାଇଥିଲା। ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏ ଦିଗ‌ରେ କୌଣସି ପଦକ୍ଷେପ ନିଆଯାଇ ପାରିଲା ନାହିଁ। ବିଭିନ୍ନ ସ୍ଥାନରେ ଓଡ଼ିଶା ଫ୍ରେସ୍‌ ଜରିଆରେ ଉପଯୁକ୍ତ ମୂଲ୍ୟରେ ତଟକା ପରିବା ଚାଷୀଠାରୁ କ୍ରୟ କରି ବିକ୍ରିର ଯୋଜନା କରିଥିଲା ଜିଲ୍ଲା ପ୍ରଶାସନ। ଏଥିପାଇଁ ଗୋଟିଏ ସ୍ଥାନରେ ଶୁଭ ମଧ୍ୟ ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହାକୁ ମଧ୍ୟ କାର୍ଯ୍ୟକାରୀ କରାଗଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe