କେବିସିରେ ସମ୍ବଲପୁରର ବୋହୂ ଡ.ସସ୍ମିତା କର, ପ୍ରସାରଣ ଆଜି

Advertisment
କେବିସିରେ ସମ୍ବଲପୁରର ବୋହୂ ଡ.ସସ୍ମିତା କର, ପ୍ରସାରଣ ଆଜି

ସମ୍ବଲପୁର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଭୁବନେଶ୍ବରର ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ସସ୍ମିତା କର ଲୋକପ୍ରିୟ ରିୟଲିଟି ସୋ’ ‘କୌନ ବନେଗା କରୋଡପତି (କେବିସି)’ରେ ଭାଗ ନେଇ ୩ ଲକ୍ଷ ୨୦ ହଜାର ଟଙ୍କା ଜିତିଛନ୍ତି। ଡ. କର ହଟ୍‌ସିଟ୍‌କୁ ଯାଇ ଅମିତାଭ୍‌ ବଚ୍ଚନଙ୍କ ସହ ଏହି ଗେମ୍‌ ସୋ’ ଖେଳିବାର ସୌଭାଗ୍ୟ ହାସଲ କରିଥିଲେ। ସେ ୧୦ଟି ପ୍ରଶ୍ନର ଠିକ୍ ଉତ୍ତର ଦେଇ ୩ ଲକ୍ଷ ୨୦ ହଜାର ଟଙ୍କା ଜିତିଥିଲେ। ତେବେ ସମସ୍ତ ଲାଇଫ୍‌ଲାଇନ୍‌ ଶେଷ ହୋଇଯିବାରୁ ଆଉ ଅଧିକ ଆଗକୁ ବଢ଼ିପାରି ନଥିଲେ। ସସ୍ମିତା ଭାଗ ନେଇଥିବା ଅଧ୍ୟାୟ ଦ୍ବୟ ଗୁରୁବାର ଓ ଶୁକ୍ରବାର ରାତି ୯ଟାରେ ସୋନି ଟିଭିରେ ପ୍ରସାରିତ ହେବ। ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ସୁକାନ୍ତ କରଙ୍କ ପତ୍ନୀ ତଥା ଶିକ୍ଷାବିତ ବାଳକୃଷ୍ଣ କରଙ୍କ ସାନ ବୋହୂ ସସ୍ମିତା କଟକ ଜିଲ୍ଲା ପହଙ୍ଗା (ନିଆଳି) ନିବାସୀ ବଟକୃଷ୍ଣ ଷଡ଼ଙ୍ଗୀଙ୍କ କନିଷ୍ଠା କନ୍ୟା ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe