ଶାସନ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ଅଭିଯୁକ୍ତ ନାବାଳକର ଶୁଣାଣି

Advertisment
ଶାସନ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ଅଭିଯୁକ୍ତ ନାବାଳକର ଶୁଣାଣି

ସମ୍ବଲପୁର: ବହୁଚର୍ଚ୍ଚିତ ଶାସନ ସ୍କୁଲ ଛାତ୍ର ଗଣଦୁଷ୍କର୍ମ ମାମଲାରେ ପୂର୍ବରୁ ସାବାଳକ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିଲା ବେଳେ ଏକମାତ୍ର ନାବାଳକ ଅଭିଯୁକ୍ତର ଶୁଣାଣି ଗୁରୁବାର ସ୍ଥାନୀୟ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହୋଇଥିଲା। ଘଟଣାର ଅଭିଯୋଗକାରିଣୀ ଭାବେ ପୀଡ଼ିତା ନାବାଳିକାଙ୍କ ମାଆ ଓ ସାକ୍ଷୀଭାବେ ତାଙ୍କ ପିତାଙ୍କ ବୟାନ ରେକର୍ଡ ହୋଇଥିଲା। ପ୍ରିନ୍‌ସିପାଲ୍‌ ମାଜିଷ୍ଟ୍ରେଟ୍‌ ଡି. ଦାସ, ବୋର୍ଡ ସଦସ୍ୟ ପ୍ରଶାନ୍ତ ପାଢ଼ୀ ଏବଂ ପୁଷ୍ପାରାଣୀ ମହାପାତ୍ର ଶୁଣାଣି କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଜୟନ୍ତ ହୋତା ଏବଂ ସରକାରଙ୍କ ପକ୍ଷରୁ ସୁରଜ ବିଶ୍ୱାଳ ମାମଲା ପରିଚାଳନା କରୁଛନ୍ତି। ଅଭିଯୁକ୍ତ ନାବାଳକ ରାଉରକେଲାସ୍ଥିତ ବାଳ ସୁଧାର ଗୃହରେ ରହିଛନ୍ତି। ସୂଚନାଯୋଗ୍ୟ, ଶାସନ ଦୁଷ୍କର୍ମ ଘଟଣାରେ ପୂର୍ବରୁ ଅନ୍ୟ ୫ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ଉକ୍ତ ଘଟଣା ପରେ ପୀଡ଼ିତା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe