ସମ୍ବଲପୁର: ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ, ଦିନସାରା ରାୟ ଶୁଣାଇଲେ ଜଜ

Advertisment
ସମ୍ବଲପୁର: ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ, ଦିନସାରା ରାୟ ଶୁଣାଇଲେ ଜଜ

ସମ୍ବଲପୁର: ବହୁ ଚର୍ଚ୍ଚିତ ସମ୍ବଲପୁର ଜିଲ୍ଲା ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲା ସହିତ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଆଜୀବନ କାରାଦଣ୍ଡ ପାଇଥିବା ବ୍ୟକ୍ତିମାନେ ହେଲେ ଆଫଜଲ୍‌ ରାଜା, ଆଶୀର୍ବାଦ ବେହେରା, ଅଭିଳାଶ ପଞ୍ଚବିଲା, ହାଡୁ ପଞ୍ଚବିଲା ଓ ଟିକୁ ସାହୁ। ସ୍ୱତନ୍ତ୍ର ପକ୍ସୋ ଅଦାଲତରେ ଜଜ ଉଦୟଭାନୁ ଜେନାଙ୍କ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। ୨୧ଜଣ ସାକ୍ଷୀଙ୍କ ବୟାନକୁ ଗ୍ରହଣ କରି ଜଜ ଜେନା ମାମଲାର ଫଇସଲା ଶୁଣାଇଛନ୍ତି।

publive-image lokmatnews.in

ଫଇସଲା ଶନିବାର ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହୋଇଛି। କୁହାଯାଉଛି ଏହା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ଯାହାକି ଦିନତମାମ ବିଚାର ଚାଲିଛି। ଜଜ ଉଦୟଭାନୁ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ବୋଲି କହିଛନ୍ତି। ଏହି ଘଟଣାରେ ୬ ଜଣ ସଂମ୍ପୃକ୍ତ ଥିବା ବେଳେ ଜଣେ ନାବାଳକ ଅଛି। ଗତ ମେ’ ମାସ ୨ ତାରିଖରେ ଦୁଷ୍କର୍ମର ସମ୍ମୁଖୀନ ହୋଇଥିବା ବେଳେ ପରଦିନ ଥାନାରେ ଅଭିଯୋଗ ହୋଇଥିଲା। ଲୋକଲଜ୍ଜା ସହିନପାରି ନାବାଳିକା ମେ’ ମାସ ୨୩ ତାରିଖରେ ଆତ୍ମହତ୍ୟା କରିଥିଲା। ଏହା ପରେ ପୁଲିସ ୧୫ ଦିନ ଭିତରେ ଚାର୍ଜସିଟ କୋର୍ଟରେ ଦାଖଲ କରିଥିଲା। ସରକାରୀ ଓକିଲ ସନ୍ତୋଷ ପଣ୍ଡା ମାମଲାର ପରିଚାଳନା କରିଥିଲେ।

ଅପରପକ୍ଷେ ପ୍ରତିପକ୍ଷ ଓକିଲ ପ୍ରୀତିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ଯେ, ମାମଲାର ଖୁବଶୀର୍ଘ ଶୁଣାଣି ହୋଇଥିବାରୁ ଏକପାଖିଆ ରାୟ ଆସିଛି। ନ୍ୟାୟ ପାଇଁ ଆମେ ହାଇକୋର୍ଟ ଯିବୁ ବୋଲି ସେ କହିଛନ୍ତି।

publive-image

ସୂଚନାଯୋଗ୍ୟ,ଗଣଦୁଷ୍କର୍ମର ଶିକାର ହୋଇଥିବା ଏହି ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଗତ ୨୩ ମେ ସନ୍ଧ୍ୟା ସାଢ଼େ ୬ଟାରେ ତାଙ୍କ ଭଡ଼ାଘରରୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାର ୨ଘଣ୍ଟା ପୂର୍ବରୁ ଏକ ବାଇକ୍‌ରେ ଦୁଇ ଜଣ ସନ୍ଦିଗ୍ଧ ଯୁବକ ସେଠାକୁ ଆସିଥିଲେ। ପୀଡ଼ିତାଙ୍କ ଘର ସାମ୍‌ନାରେ ଖେଳୁଥିବା ଜଣେ ବାଳକଙ୍କୁ ହେଲ୍‌ମେଟ ପିନ୍ଧା ଏହି ଦୁଇ ଯୁବକ ପୀଡ଼ିତାଙ୍କ ପିତାଙ୍କ ନାମ ନେଇ ତାଙ୍କ ପୁଅ କି ବୋଲି ପଚାରି ଥିଲେ। ସେମାନେ ପୁଣି, ପୀଡ଼ିତାଙ୍କ ସାନଭାଇର ନାମ ଉଲ୍ଲେଖ କରି ‘ତୋର ନାମ ଏଇୟା କି’ ବୋଲି ପଚାରିଥିଲେ। ବାଳକ ଜଣକ ମନା କରିଥିଲା। ଏହା ପରେ ଅନ୍ୟ କିଛି କଥା କହି ତୁରନ୍ତ ସେଠାରୁ ଚାଲି ଯାଇଥିଲେ। ଏହି ଘଟଣା ସଂକ୍ରାନ୍ତରେ ଉକ୍ତ ବାଳକ ଜଣକ ତାଙ୍କ ଘରକୁ ଯାଇ ଜଣେଇଥିଲା ବୋଲି ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି। କେବଳ ସେତିକି ନୁହେଁ, ୨୨ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ତାଙ୍କ ଘରକୁ ଏକ ଫୋନ୍‌ କଲ୍‌ ଆସିଥିବା କଥା ମଧ୍ୟ ସେ ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe