ଡେବ୍ରିଗଡ଼ରେ ହାଇକିଂ କାର୍ଯ୍ୟକ୍ରମ

ଡେବ୍ରିଗଡ଼ରେ ହାଇକିଂ କାର୍ଯ୍ୟକ୍ରମ

ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ହାଇକିଂ ଅନୁଷ୍ଠିତ ହୋଇଛି। ଏଥିରେ ଭାରତର ବିଭିନ୍ନ କୋଣରୁ ଆସିଥିବା ୨୨ ଜଣ ହାଇକର୍‌ ଭାଗ ନେଇଥିଲେ। ହାଓଇକିଂ ପାଇଁ ହାଇକର୍‌ମାନଙ୍କୁ ଡେବ୍ରୁଗଡ଼ ଅଭୟାରଣ୍ୟରେ ୩ ଦିନ ଓ ୨ ରାତି କାଟିବାକୁ ପଡ଼ିଛି। ଗୁରୁବାର ଦିନ ଏହି ହାଇକିଂ ଶେଷ ହୋଇଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ପଞ୍ଚାବ, ହରିୟାଣା, ଓଡ଼ିଶା, କର୍ଣ୍ଣାଟକ, ଚଣ୍ଡିଗଡ଼, ଝାଡ଼ଖଣ୍ଡ ଓ ଦିଲ୍ଲୀରୁ ହାଇକର୍‌ମାନେ ସାମିଲ ହେବା ସହ ପ୍ରାକୃତିକ ପରିବେଶ ମଧ୍ୟରେ ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଉପତ୍ୟକା, ପାହାଡ଼, ପର୍ବତ, ଘାସଭୂମି ଏବଂ ଦ୍ୱୀପପୁଞ୍ଜଗୁଡ଼ିକରେ ହାଇକିଂର ମଜା ଉଠାଇଥିଲେ। ପ୍ରଥମ ଦିନ ସମୁଦ୍ରପତ୍ତନ ଠାରୁ ୫ଶହ ମିଟର ଉଚ୍ଚରେ ହାଇକିଂ କରି ରାଣୀବସା ଠାରେ ରାତ୍ରି ରହଣି କରିଥିଲେ।

publive-image

ଦ୍ବିତୀୟ ଦିନ ସେମାନେ ବାଦୁଡ଼ିଦ୍ବୀପରେ ପହଞ୍ଚିଥିଲେ। ହୀରାକୁଦ ଜଳଭଣ୍ଡାର ଭିତରେ ଥିବା ଦ୍ୱୀପକୁ ବୁଲିବା ପରେ ‘କ୍ୟାଟେଲ୍‌ ଆଇଲ୍ୟାଣ୍ଡ୍‌’ରେ ଅସ୍ଥାୟୀ ଶିବିରରେ ସେମାନେ ଦ୍ବିତୀୟ ରାତି ରହଣି କରିଥିଲେ। ଭାରତର ବୃହତ୍ତମ ଟ୍ରେକିଂ ସଂଗଠନ ଇଣ୍ଡିଆ ହାଇକ୍‌ସ ସହଯୋଗରେ ଡେବ୍ରିଗଡ଼ ଅଭୟାରଣ୍ୟ ପକ୍ଷରୁ ହାଇକିଂ ​​ଆୟୋଜନ କରାଯାଇଥିଲା। ଦୁଇ ଜଣ ବିଶେଷଜ୍ଞ ଏହି ହାଇକିଂ ​​ଗ୍ରୁପ୍ ସହିତ ଯାଇଥିଲେ। ହାଇକିଂ ସମୟରେ ପ୍ରକୃତି ସହିତ ସଂଯୋଗ, ଗଛ ସହିତ କଥାବାର୍ତ୍ତା ଭଲି କାର୍ଯ୍ୟକ୍ରମ କରାଯାଇଥିଲା। ହୀରାକୁଦ୍ ବନ୍ୟପ୍ରାଣୀ ଡିଭିଜନର ପ୍ରକୃତି ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହି ହାଇକିଂ ​​କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe