ସମ୍ବଲପୁର: ପୁଣି ବୁର୍ଲା ଅଠର ହଜାର ପାୱାର କେନାଲରେ ବୁଡ଼ି ଜଣେ କଲେଜ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ହୋଇଥିବା ଛାତ୍ରଜଣକ ବୁର୍ଲା ଭିସୁଟ ମେକାନିକାଲ ଇଂଜିନିୟରିଂ ବିଭାଗର ଦ୍ଵିତୀୟ ବର୍ଷ ଛାତ୍ର ତ୍ରିଲୋଚନ ମହାରଣା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମତେ ଆଜି ସକାଳୁ ଭିସୁଟର ପ୍ରାୟ୧୦ ରୁ୧୨ ଜଣ ଛାତ୍ର ଅଠର ହଜାର ନିକଟରେ ପାୱାର କେନାଲକୁ ଗାଧୋଇବା ପାଇଁ ଆସିଥିଲେ। ତେବେ ତ୍ରିଲୋଚନ ଗାଧୋଉଥିବା ବେଳେ ହଠାତ ଗଭୀର ପାଣି ରେ ପଡ଼ି ଯାଇଥିଲେ ।
ପାଣିର ସ୍ରୋତ ପ୍ରଖର ଥିବାରୁ ତ୍ରିଲୋଚନ ପାଣିର ଭଉଁରୀରେ ବୁଡ଼ି ଯାଇଥିବା ପ୍ରତକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ବୁର୍ଲା ପୁଲିସ, ଅଗ୍ନିଶମ ବାହିନୀ ଏବଂ ଭିସୁଟ କର୍ତ୍ତୃପକ୍ଷ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Follow Us