ସୁଶୀଲ ପାଇଲେ ରାଷ୍ଟ୍ରପତି ଜୀବନ ରକ୍ଷା ପଦକ

Advertisment
ସୁଶୀଲ ପାଇଲେ ରାଷ୍ଟ୍ରପତି ଜୀବନ ରକ୍ଷା ପଦକ

ଯୁଯୁମୁରା : ବିଭିନ୍ନ କ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଅନ୍ୟର ଜୀବନ ବଞ୍ଚାଇ ପାରିଥିବା ୪୬ ଜଣଙ୍କୁ ଗତ ଅକ୍ଟୋବରରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସାହସିକତା ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିଲା। ଏହି ତାଲିକାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଲିପିଣ୍ଡା ପଞ୍ଚାୟତ ନାରଙ୍ଗିପାଲିର ସିଆଇଏସ୍ଏଫ୍ ଯବାନ ସୁଶୀଲ ଭୋଇ(୩୪) ମଧ୍ୟ ରହିଥିଲେ। ତେବେ ସୁଶୀଲ ସେତେବେଳେ ଅନୁପସ୍ଥିତ ଥିବାରୁ ବୁଧବାର ଗାଜିଆବାଦସ୍ଥିତ ସିଆଇଏସ୍ଏଫ୍ ପଞ୍ଚମ ବାଟଲିୟନ୍ କାର୍ଯ୍ୟାଳୟରେ ବରିଷ୍ଠ କମାଣ୍ଡାଣ୍ଟ ଦୟାଶଙ୍କର ସିଂହଙ୍କଠାରୁ ଏହି ପଦକ ଗ୍ରହଣ କରିଛନ୍ତି।

publive-image

ଜୀବନ ରକ୍ଷା ପଦକରେ ସମ୍ମାନିତ ହୋଇଥିବା ଖବର ପ୍ରକାଶ ପାଇବା ପରେ ସୁଶୀଲଙ୍କ ଗ୍ରାମ ସମେତ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ପୁରନ୍ଦର ଭୋଇ ଓ ବାସନ୍ତୀ ଭୋଇଙ୍କୁ କନିଷ୍ଠ ପୁଅ ସୁଶୀଲ ୨୦୧୪ ମସିହାରେ ସିଆଇଏସ୍‌ଏଫ୍‌ରେ ଯୋଗ ଦେବା ପରେ ଉତ୍ତର ପ୍ରଦେଶର ଗାଜିଆବାଦରେ ନିଯୁକ୍ତି ପାଇଥିଲେ। ସେବେଠାରୁ ସେ ଉକ୍ତ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮ ମାର୍ଚ୍ଚ ୧୬ ତାରିଖରେ ଉତ୍ତର ପ୍ରଦେଶ ଗାଜିଆବାଦ ଅନ୍ତର୍ଗତ ସିପ୍ରା ସନସିଟି ଇନ୍ଦିରାପୁରମର ଏକ ୪ ମହଲା କୋଠା ଉପରେ କିଛି ସ୍କୁଲ ଛାତ୍ର ଖେଳୁଥିବା ବେଳେ ମାଙ୍କଡ଼ ଆକ୍ରମଣ ପରେ ଆଶିଷ ନାୟକ(୧୪) ନାମକ ଜଣେ ଛାତ୍ର ୪୦ ଫୁଟ ତଳକୁ ଖସିପଡ଼ି ବିପଦଶଙ୍କୁଳ ଅବସ୍ଥାରେ ପାଇପରେ ଝୁଲି ରହିଥିଲେ। କୋଠାକୁ କୋଠା ଲାଗି ରହିଥିବାରୁ ଉକ୍ତ ସ୍ଥାନରୁ ବାହାରିବା କଷ୍ଟସାଧ୍ୟ ଥିଲା। ତେବେ ଏନେଇ ସୂଚନା ମିଳିବା ପରେ ସୁଶୀଲ ଘଟଣାସ୍ଥଳରେ ପହଞ୍ଚି ପାଇପ ଯୋଗେ ଉକ୍ତ ସ୍ଥାନରେ ପହଞ୍ଚି ଆଶିଷଙ୍କୁ ଉଦ୍ଧାର କରିବା ପରେ ଗାମୁଛାରେ ତାଙ୍କୁ ପିଠିରେ ବାନ୍ଧି ଉପରକୁ ଚଢ଼ିଥିଲେ। ପରେ ଆଶିଷଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ମଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe