ସମ୍ବଲପୁରରେ ନୂଆପଡ଼ାର ମଣିଷଖିଆ ବାଘ

ସମ୍ବଲପୁର ଚିଡ଼ିଆଖାନାରେ ପର୍ଯ୍ୟଟକ ଦେଖିଲେ ନୂଆପଡ଼ାର ମଣିଷଖିଆ କଲରାପତରିଆ ଅଣ୍ଡିରା ବାଘ। ଏହାସହିତ ପୂର୍ବରୁ ଏଠାରେ ଥିବା ୬ ବର୍ଷୀୟା ମାଈ କଲରାପତରିଆ ସହିତ ଏହି ବାଘକୁ ସଙ୍ଗମର ସୁଯୋଗ ମିଳିବ।

ସମ୍ବଲପୁର ଚିଡ଼ିଆଖାନାକୁ ଆସିବେ ୪ ମହାବଳ ବାଘ

ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାରେ ପର୍ଯ୍ୟଟକ ଦେଖିଲେ ନୂଆପଡ଼ାର ମଣିଷଖିଆ କଲରାପତରିଆ ଅଣ୍ଡିରା ବାଘ। ଏହାସହିତ ପୂର୍ବରୁ ଏଠାରେ ଥିବା ୬ ବର୍ଷୀୟା ମାଈ କଲରାପତରିଆ ସହିତ ଏହି ବାଘକୁ ସଙ୍ଗମର ସୁଯୋଗ ମିଳିବ। ଫଳରେ ଆଗାମୀ ଦିନରେ କଲରାପତରିଆର ବଂଶବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ଚିଡ଼ିଆଖାନାରେ ଏବେ କଲରାପତରିଆ ବାଘସଂଖ୍ୟା ୨କୁ ବୃଦ୍ଧି ପାଇଛି। ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ, ପ୍ରାୟ ୭/୮ ବର୍ଷ ବୟସର ଏହି କଲରାପତରିଆ ନୂଆପଡ଼ାରେ ଆତଙ୍କ ସୃଷ୍ଟି କରୁଥିଲା। ଉଭୟ ବାଘ ଏବଂ ସ୍ଥାନୀୟ ଅଧିବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୨୩ ମସିହାରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି କଲରାପତରିଆକୁ କାବୁ କରାଯିବା ପରେ ସମ୍ବଲପୁର ଚିଡ଼ିଆଖାନାର ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା। ବିନା ନିଶ୍ଚେତକ (ଟ୍ରାଙ୍କୁଲାଇଜର)ରେ ଏହି ବାଘକୁ ଉଦ୍ଧାର କରାଯିବା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ସମ୍ବଲପୁରକୁ ଆସିବାର ପ୍ରାଥମିକ ପର୍ଯ୍ୟାୟରେ ଏହି ଅଣ୍ଡିରା କଲରାପତରିଆ ଅତ୍ୟନ୍ତ ହିଂସ୍ର ବ୍ୟବହାର କରୁଥିଲା। ପରେ ହୀରାକୁଦ ବନ୍ୟପ୍ରାଣୀ ବିଭାଗର ସୁପାରିସରେ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ବୈଷୟିକ କମିଟି ଏହାକୁ ମାଈ କଲରାପତରିଆ ସହିତ ସଙ୍ଗମ ପାଇଁ ଅନୁମତି ଦେଇଥିଲେ। ସେପ୍ଟେମ୍ବର ୯ ତାରିଖରେ ମାଈ କଲରାପତରିଆ ରହିଥିବା ଖୁଆଡ଼ରେ ଏହାକୁ ଛଡ଼ାଯାଇଥିଲା। 

ଅକ୍ଟୋବର ୧ରୁ ଉଭୟ କଲରାପତରିଆଙ୍କୁ ପର୍ଯ୍ୟଟକମାନେ ପାଳି କରି ଦେଖିବାର ସୁଯୋଗ ପାଇଛନ୍ତି। ବର୍ତ୍ତମାନ ଉଭୟ କଲରାପତରିଆଙ୍କ ସମନ୍ବୟ ଏବଂ ସହାବସ୍ଥାନ ଉପରେ ବନ ବିଭାଗ ନଜର ରଖିଛି। ସେମାନଙ୍କ ମଧ୍ୟରେ ସଙ୍ଗମ ସୁଯୋଗକୁ ବୃଦ୍ଧି ପାଇଁ ଉଭୟଙ୍କୁ ଭିନ୍ନ ଖୁଆଡ଼ରେ ରଖାଯାଇ ସିସିଟିଭି ଜରିଆରେ ଗତିବିଧି ଉପରେ ନଜର ରଖାଯାଉଛି। ଆଗାମୀ ଦିନରେ ସେମାନଙ୍କୁ ଗୋଟିଏ ସ୍ଥାନରେ ରଖିବାର ବ୍ୟବସ୍ଥା କରାଯିବ। ସେମାନଙ୍କ ମଧ୍ୟରେ ସମନ୍ବୟ ଏବଂ ସହାବସ୍ଥାନ ରହିଲେ, ପର୍ଯ୍ୟଟକଙ୍କୁ ଦେଖିବା ପାଇଁ ଏକାଠି ଛଡ଼ାଯିବ। ୨୦୨୩ ମସିହାରେ ସମ୍ବଲପୁରର ଏହି ଚିଡ଼ିଆଖାନାକୁ ୫୫୦ ବର୍ଗମିଟରକୁ ସମ୍ପ୍ରସାରିତ କରାଯାଇଛି। ଯେଉଁଠି ବର୍ତ୍ତମାନ ଦୁଇ କଲରାପତରିଆ ରହୁଛନ୍ତି। କାଚ ଜରିଆରେ ସେମାନଙ୍କୁ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଖୁଆଡ଼ରେ ବାଘ ଓ ଭାଲୁ ପାଇଁ ଦୋଳି ଶଯ୍ୟା ଭଳି ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe