ବିଷ ପିଇଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଗତକାଲି ପ୍ରାଣ ହରାଇଥିଲେ ସ୍ୱାମୀ

Advertisment
ବିଷ ପିଇଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଗତକାଲି ପ୍ରାଣ ହରାଇଥିଲେ ସ୍ୱାମୀ

image source-sarv-jankari

ସମ୍ବଲପୁର/ଧନକଉଡ଼ା: ବୃଦ୍ଧ ସ୍ବାମୀଙ୍କ ପରେ ବିଷ ପିଇଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ବୃଦ୍ଧା ହେଲେ ବୃନ୍ଦାବତୀ ମହାକୁର (୬୨)।ଦୀପାବଳି ପାଳନ ପାଇଁ ସବୁ ଆଡ଼େ ଆନନ୍ଦ ଉତ୍ସାହର ପରିବେଶ ଥିବା ବେଳେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଅଞ୍ଚଳରେ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା

ସୂଚନାଯୋଗ୍ୟ, ମଙ୍ଗଳବାର ଘରୋଇ କଳହ ଯୋଗୁଁ ବୃଦ୍ଧ ଦମ୍ପତି ଟକାଧର ମହାକୁର (୬୮) ଓ ବୃନ୍ଦାବତୀ ମହାକୁର ସନ୍ଧ୍ୟା ୬ ଟାରେ ସାଇକଲରେ ଘରୁ ବାହାରିଥିଲେ। ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଆଜି ଉଭୟେ କୀଟନାଶକ ଖାଇ ଦେଇଥିଲେ। ଅପରାହ୍ଣ ପ୍ରାୟ ୪ଟା ସମୟରେ ଗୋଶାଳା ଆଇଆଇଏମ୍ ରାସ୍ତାରେ ଏହି ବୃଦ୍ଧ ଦମ୍ପତି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖବର ଦେଇଥିଲେ। ବୃଦ୍ଧା ଜଣକ ଅଚେତ ହେବାପୂର୍ବରୁ ସ୍ଥାନୀୟ ଲୋକଙ୍କୁ କହିଥିଲେ ଯେ ଘରେ ପୁଅ ତାଙ୍କୁ ଅତ୍ୟାଚାର କରୁଛି। ସେମାନଙ୍କ ସହିତ ବାରମ୍ବାର କଳିଗୋଳ ହେଉଛି। ସହି ନପାରି ଘରୁ ବାହାରି ଆସି ଆମେ ବିଷ ପିଇ ଦେଇଥିଲୁ।

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଟକାଧରଙ୍କ ମୃତ୍ୟୁ ହୋଇ ସାରିଥିଲା। ବୃଦ୍ଧା ଜଣଙ୍କ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ବୃନ୍ଦାବତୀଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା କରାଯାଉଥିଲା।

ଉଲ୍ଲେଖଯୋଗ୍ୟ ଯେ ଦେଢ଼ମାସ ତଳେ ଟକାଧର ମହାକୁର ଓ ବୃନ୍ଦାବତୀ ମହାକୁରଙ୍କ ବଡ଼ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସାନ ପୁଅ ବିବାହିତ ସେ ଘରେ ରହୁଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe