ଦଶଟଙ୍କିଆ ପକାଇ ଲୁଟିନେଲେ ସାଢ଼େ ୩ ଲକ୍ଷ

Advertisment
ବ୍ୟାଙ୍କ ମ୍ୟାନେଜରଙ୍କୁ ବାନ୍ଧି ପିଟିଲେ, କର୍ମଚାରୀ-ଗ୍ରାହକଙ୍କୁ କୋଠରୀରେ ପୂରାଇ ଲୁଟିଲେ ୧୧ ଲକ୍ଷ

ସମ୍ବଲପୁର : ପୁଣି ସେଇ ପୁରୁଣା କୌଶଳ। ରାସ୍ତାରେ କିଛି ଦଶ ଓ କୋଡ଼ିଏ ଟଙ୍କିଆ ପକାଇ ଲୁଟେରାମାନେ ଜଣେ ବ୍ୟକ୍ତିଙ୍କଠାରୁ ସାଢ଼େ ତିନି ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁବାର ବୁଢ଼ାରଜା ଅଂଚଳ ସେଣ୍ଟ୍ରାଲ ବ୍ୟାଙ୍କ ନିକଟରେ ଏହି ଘଟଣା ଘଟିଛି। ଗୁରୁବାର ଅପରାହ୍‌ଣ ୧ଟା ୨୦ରେ ସ୍ଥାନୀୟ ସେଣ୍ଟ୍ରାଲ ବ୍ୟାଙ୍କ ଶାଖାରୁ ମୁଦିପଡ଼ା ନିବାସୀ ଶିବ ପ୍ରସାଦ ହୋତା(୫୨) ସାଢ଼େ ତିନି ଲକ୍ଷ ଟଙ୍କା ଉଠାଇ ଥିଲେ। ସାଇକେଲ ହ୍ୟାଣ୍ଡଲରେ ଟଙ୍କା ଭର୍ତି ବ୍ୟାଗ ରଖି ଘରକୁ ବାହାରୁଥିବା ବେଳେ ତାଙ୍କୁ ଅନୁସରଣ କରୁଥିବା ୩ଜଣ ଯୁବକ ବାଟରେ ତାଙ୍କୁ ଅଟକାଇଥିଲେ। ପୂର୍ବ ଯୋଜନା ମୁତାବକ ଜଣେ ଯୁବକ ଆଗୁଆ କିଛି ୧୦ ଓ ୨୦ ଟଙ୍କିଆ ନୋଟ୍‌ ତଳେ ପକାଇ ଦେଇଥିଲା। ସେମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଯୁବକ ‘ତୁମ ଟଙ୍କା ପଡ଼ି ଯାଇଛି’ ବୋଲି ଶିବପ୍ରସାଦଙ୍କୁ କହିଥିଲା। ଶ୍ରୀ ହୋତା ସାଇକେଲ ଷ୍ଟାଣ୍ଡ ମାରି ତଳେ ପଡ଼ିଥିବା ଟଙ୍କା ଉଠାଇବା ବେଳକୁ ଲୁଟେରା ଯୁବକମାନେ ସାଇକେଲରେ ଥିବା ଟଙ୍କା ଭର୍ତି ବ୍ୟାଗ୍‌ ଧରି ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe