ସମ୍ବଲପୁର: କୂଅରେ ପଡ଼ି ଯାଇଥିବା କଲରାପତରିଆ ବାଘ ଉଦ୍ଧାର

Advertisment

ବନବିଭାଗ, ଅଗ୍ନିଶମ ବିଭାଗର ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବନବିଭାଗ, ଅଗ୍ନିଶମ ବିଭାଗର ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: କୂଅରେ ପଡ଼ି ଯାଇଥିବା କଲରାପତରିଆ ବାଘ ଉଦ୍ଧାର

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ସାନହିଣ୍ଡୋଲ ମୂଷାକଟା ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି। ପ୍ରାୟ ଦେଢ଼ ଘଣ୍ଟା ଧରି ୪୦ଜଣ କର୍ମଚାରୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବାଘଟିକୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଗ୍ନିଶମ ବିଭାଗ ଅଧିକାରୀ ଏବଂ ବନ ବିଭାଗର ଅଧିକାରୀଙ୍କୁ ପ୍ରଶଂସା କରାଯାଇଛି। ସଂପୃକ୍ତ ବିଭାଗୀୟ କର୍ମଚାରୀମାନଙ୍କର ତତ୍ପରତା ଯୋଗୁ ଉଦ୍ଧାର କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଥିବା ଏବଂ ବାଘର ଜୀବନ ରକ୍ଷା ହୋଇପାରିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କହିଛନ୍ତି।

ବନ ବିଭାଗ ସୂଚନା ଅନୁଯାୟୀ, କଲରାପତରିଆ ବାଘଟିର ବୟସ ଦେଢ଼ବର୍ଷ ହେବ। ନିକଟସ୍ଥ ଜଙ୍ଗଲରୁ ଆସିଥିବା ବେଳେ ଉକ୍ତ କୂଅରେ ଖସି ପଡ଼ିଥିଲା। ବାଘକୁ ଉଦ୍ଧାର କରିବାପାଇଁ ପ୍ରଥମେ କୂଅ ଚାରିପାଖକୁ ଜାଲଦ୍ବାରା ଘେରି ଦିଆଯାଇଥିଲା। ତେବେ, ସୁରକ୍ଷା ଜାଲର ଗୋଟିଏପାର୍ଶ୍ବ ଅର୍ଥାତ ଜଙ୍ଗଲ ଦିଗକୁ ଖୋଲା ରଖାଯାଇଥିଲା। ବାଘଟି ଉଦ୍ଧାର ହେବାପରେ ଅନ୍ୟଆଡ଼କୁ ଯାଇ ନପାରି ସିଧା ଜଙ୍ଗଲ ଆଡ଼କୁ ଯେପରି ଯାଇପାରିବ, ସେହିଭଳି ବ୍ୟବସ୍ଥା କରାଯାଇଥିଲା। ବାଘଟି କୂଅ ଉପରକୁ ଆସିଲାପରେ କୌଣସି ଅଘଟଣ ନ ଘଟେ ସେଥିପ୍ରତି ମଧ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା। ବାଘଟି ସୁରକ୍ଷିତ ରହିବାପାଇଁ ପ୍ରଥମେ ଏକ କାଠଗଣ୍ତିକୁ କୂଅ ଭିତକୁ ଛଡ଼ାଯାଇଥିଲା। ଏହି କାଠଗଣ୍ଡିରେ ବାଘଟି ଉଦ୍ଧାର ହେବା ପର୍ଯ୍ୟନ୍ତ ଶୋଇ ରହିଥିଲା। ପରେ ଏକ ଶିଡ଼ି କୂଅ ଭିତରକୁ ଛଡ଼ାଯାଇଥିଲା। ଶିଡ଼ିଦ୍ବାରା ବାଘଟି ସତର୍କତାର ସହିତ ଉପରକୁ ଉଠିଥିଲା। ଉପରକୁ ଉଠିବା ପରେ ବାଘଟି ଆଖି ପିଛୁଳାକେ ଡିଆଁମାରି ଜଙ୍ଗଲ ଭିତରକୁ ଚାଲିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe