ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ: ଝିଅ ବାହାଘର ପାଇଁ ପାର୍ବତୀଙ୍କ ମାମୁଁ ଘରୁ ଆସିଲା ମଉଳା ଭାର

Advertisment
ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ: ଝିଅ ବାହାଘର ପାଇଁ ପାର୍ବତୀଙ୍କ ମାମୁଁ ଘରୁ ଆସିଲା ମଉଳା ଭାର

ସମ୍ବଲପୁର: ଆସନ୍ତାକାଲି ଶୀତଳ ଷଷ୍ଠୀ। ଦେବ ଦମ୍ପତିଙ୍କ ବାହାଘର। ଆଉ ଏହା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। କରୋନା କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟାରେ ବନ୍ଧୁ ବାନ୍ଧବ ଘରକୁ ଆସିବାକୁ ଲାଗିଲେଣି।

ରୀତିନୀତି ଅନୁସାରେ ଘରେ ବାହାଘର ହେଲେ ମାମୁଁ ଘରୁ ମଉଳା ଭାର ଆସିଥାଏ।  ଆଜି ସମ୍ବଲପୁର ଝାଡୁଆପଡାର କନ୍ୟା ପିତାମାତାଙ୍କ ଘରକୁ ଭାର ଆସି ସାରିଛି। ଭାର ଆସିବା ପରେ କନ୍ୟା ଘର ଲୋକେ ଭବ୍ୟ ସ୍ୱାଗତ କରିଛନ୍ତି ।

ସୂଚନାଯୋଗ୍ୟ, ରବିବାର ସଂଧ୍ୟାରେ ଲୋକନାଥ ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ  ବରପିତା ଅମରନାଥ ସୁପକାର, ସପ୍ତଋଷି ପୀତବାସ ବିଶି, ପୁରନ୍ଦର ପାଣିଗ୍ରାହୀ, ହରିହର ପଣ୍ଡା, ଜଗଦୀଶ ବଡ଼ପଣ୍ଡା, ମାଧବ ପଣ୍ଡା, ଧୀରେନ୍ଦ୍ର ପଣ୍ଡା, ପ୍ରକାଶ ପୂଜାରୀ, ମନୋଜ ମିଶ୍ର, କୈଳାଶ ପଣ୍ଡା, ସଦାନନ୍ଦ ପରିଛା, ମନ୍ଦିର ପୂଜକ ରାମନାଥ ମହାପାତ୍ର, ମହେନ୍ଦ୍ର ପୂଜାରୀ ପ୍ରମୁଖ କନ୍ୟା ଅନ୍ବେଷଣରେ ବାହାରିଥିଲେ। ଆରଣ୍ୟକ ମଣ୍ଡପରେ ହୋଇଥିବା କନ୍ୟାଳୟରେ ପହଞ୍ଚିବା ପରେ କନ୍ୟା ପିତାମାତା ବାସୁସେବ ଚିନ୍ଦ୍ରା, ଯାଜ୍ଞସେନୀ ଚିନ୍ଦ୍ରା ଓ ଅନ୍ୟମାନେ ବରପକ୍ଷଙ୍କୁ ପାଛୋଟି ନେଇଥିଲେ। ସେଠାରେ ପରଂପରା ଅନୁଯାୟୀ କଥୋପକଥନ ପରେ ବର ପିତା କନ୍ୟା ପିତାମାତାଙ୍କୁ ସରଗି ପତ୍ର ବିଡ଼ା, ଫୁଲ, ବେଲପତ୍ର ଦେଇ ମାତା ପାର୍ବତୀଙ୍କ ସହ ଲୋକନାଥ ବାବାଙ୍କ ବିବାହ ସ୍ଥିର କରିଥିଲେ। ଘଣ୍ଟ, ଶଂଖ ଓ ଶିବପାର୍ବତୀଙ୍କ ଜୟଧ୍ବନୀ ମଧ୍ୟରେ ସମସ୍ତ ବିଧି ସମ୍ପନ୍ନ ହୋଇଥିଲା। ଯାତ୍ରା କମିଟି ସଦସ୍ୟ ଭାବେ ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ପାର୍ଥସାରଥୀ ମିଶ୍ର, ସଂଜୀବ ପାଢ଼ୀ, ଶ୍ରୀମନ୍ତ ମିଶ୍ର, ପ୍ରାଣରଞ୍ଜନ ପଣ୍ଡା, ସୀତାରାମ ସୁପକାର, ସଞ୍ଜୟ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ, ଅନୁପମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe