ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ୫୫ ନମ୍ବର ଜାତୀୟ ରାଜପଥର ଫର୍ଲି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଲଲିତ କୁମାର ପ୍ରଧାନ। ତାଙ୍କ ଘର ଲିପିଣ୍ଡା ଗାଁରେ। ସେ ସମ୍ବଲପୁରରୁ ଜୁଜୁମରା ଏକ ବାଇକ୍ରେ ଯାଉଥିବା ବେଳେ ଏକ ବାଉଁଶ ବୋଝେଇ ଟ୍ରକ୍ ଆସି ସାମ୍ନା ଆଡୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିବା ସହ ବାଇକ୍ଟି ଭାଙ୍ଗି ଚୁର୍ମାର ହୋଇଯାଇଛି। ଟ୍ରକ୍ଟି ରାସ୍ତା କଡ଼କୁ ଲେଉଟି ପଡ଼ିଥିବା ଜାଣିବାକୁ ମିଳିଛି।
ସମ୍ବଲପୁର: ବାଉଁଶ ବୋଝେଇ ଟ୍ରକ୍ ଧକ୍କାରେ ପ୍ରାଣ ହରାଇଲେ ବାଇକ୍ ଆରୋହୀ
Advertisment
Follow Us