ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଟ୍ରକ୍, ଚାପି ହୋଇଗଲେ ହେଲପର୍

ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଟ୍ରକ୍, ଚାପି ହୋଇଗଲେ ହେଲପର୍

ରେଢ଼ାଖୋଲ: ଜାତୀୟ ରାଜପଥ-୫୫ର ବେଲଡିହି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ କଟକରୁ ସମ୍ବଲପୁର ଅଭିମୁଖେ ଆସୁଥିବା ଏକ ଟ୍ରକ (ସିଜି-୦୪ଏଚଡବ୍ଲୁ ୪୦୧୭) ରାସ୍ତାକଡ଼ରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକ୍‌  କୁ ଧକ୍କା ଦେଇଥିଲା। ଆଜି ଭୋର ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ହେତୁ  ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣା ପରେ ଟ୍ରକ୍‌ରେ ଚାପି ହୋଇ ରହିଗଲେ ଜଣେ ଟ୍ରକ୍‌ ର ହେଲପର୍। ତେବେ ଡ୍ରାଇଭର ରାଜକୁମାର ସୁରକ୍ଷିତ ଥିବା ଜଣାଯାଇଛି।

ଏଣେ ଖବର ପାଇ ରେଢ଼ାଖୋଲ ପୁଲିସ ଘଟଣସ୍ଥଳରେ ଅଗ୍ନିଶମ ବାହିନୀ ସହ ପହଞ୍ଚି  ହେଲପର୍ ସୁରେଶ ସାରିୟମ୍ ଙ୍କୁ ଉଦ୍ଧାର କରିଥିଲେ। ଏହାପରେ ହେଲପର୍ ସୁରେଶଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ହେଲପର ଓ ଚାଳକଙ୍କ ଘର ମଧ୍ୟପ୍ରଦେଶର ମୁନୱାଡା ଜିଲ୍ଲାରେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe