ସମ୍ବଲପୁର: ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୮ ଆହତ

Advertisment
ସମ୍ବଲପୁର: ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୮ ଆହତ

ସମ୍ବଲପୁର: ପିକ୍‌ନିକ୍‌ ସାରି ଘରକୁ ଫେରୁଥିବା ବେଳେ ରବିବାର ସନ୍ଧ୍ୟାରେ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ ବଲବସପୁର ନିକଟରେ ପିକ୍‌ନିକ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଝାରସୁଗୁଡ଼ାରୁ କିଛି ଲୋକ ଆଜି ସକାଳୁ ପିକ୍‌ନିକ୍‌ ପାଇଁ ହୀରାକୁଦ ଡ୍ୟାମ୍‌ ସାଇଟ୍‌କୁ ଭୋଜି କରିବାକୁ ଆସିଥିଲେ। ସୂଚନା ପାଇ ଘଟଣାସ୍ଥଳକୁ ପୁଲିସ ପହଚିଂଛି।

ଝାରସୁଗୁଡ଼ାର ଏକ କମ୍ପାନିରେ କାର୍ଯ୍ୟରତ ଡ୍ରାଇଭରମାନେ ଆଜି ସକାଳୁ ହିରାକୁଦ ରିଜର୍ଭର ଅଂଚଳକୁ ପିକ୍‌ନିକ୍‌ ଭୋଜି କରିବାକୁ ଯାଇଥିଲେ। ଏହି ଟିମ୍‌ରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଛତିଶଗଡ଼ର ଜଣେ ଲୋକ ଥିଲେ। ପୁଲିସ ୨ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe