୨୧ରେ ସମ୍ବଲପୁର ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

୨୧ରେ ସମ୍ବଲପୁର ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

Image Courtesy of NDTV

ସମ୍ବଲପୁର: ଆସନ୍ତା ୨୧ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗ ଦେବେ ଶ୍ରୀ ଶାହ। ଏହାପୂର୍ବରୁ ଆସନ୍ତା ୧୯ ଓ ୨୦ ରେ ମଧ୍ୟ ସମ୍ବଲପୁରକୁ ଆସୁଛନ୍ତି ଅନେକ ରାଷ୍ଟ୍ରୀୟ ସ୍ତରର ନେତା।

ଏଣେ ୧୯ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ସଭାପତି ରାଜନାଥ ସମ୍ବଲପୁର ଜିଲ୍ଲା ନକଟିଦେଓଳ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ୧୯ରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା ଏକ ବିଶାଳ ବାଇକ୍‌ ରାଲିରେ ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ବିଭିନ୍ନ ରାଜନୈତିକ ସଭାରେ ରେ ଯୋଗ ଦେବେ। ଏହା ବ୍ୟତୀତ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଗୁରୁ ପ୍ରକାଶ ପାଶୱାନ ଏକ ସାମ୍ବାଦିକ ସାମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe