ଅନନ୍ୟାଙ୍କ ନାଁରେ ନୃତ୍ୟ ଭିଡିଓ ଭାଇରାଲ୍

ଅନନ୍ୟାଙ୍କ ନାଁରେ ନୃତ୍ୟ ଭିଡିଓ ଭାଇରାଲ୍

ସମ୍ବଲପୁର: ‘ମେରି ଚୌଖଟ ପେ ଚଲ୍‌କେ ଆଜ୍‌ ଚାର ଧାମ୍‌ ଆୟେହେଁ, ବଜାଓ ଢୋଲ୍‌ ସ୍ବାଗତ୍‌ ମେ’, ମେରେ ଘର୍‌ ରାମ୍‌ ଆୟେ ହେଁ।’ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସକୁ ପୂରା ଦେଶ ଉତ୍ସବ ପାଳିଥିବା ବେଳେ ବେଳେ ଏହି ଗୀତଟି ବେଶ୍‌ ଭାଇରାଲ୍‌ ହୋଇଥିଲା। ଜୁବିନ ନୌତିୟାଲ ଗାଇଥିବା ଏହି ଗୀତରେ ଲକ୍ଷ ଲକ୍ଷ ସଂଖ୍ୟାରେ ରିଲ୍ସ୍‌ ବି ତିଆରି ହୋଇଥିଲା। ଏହି ଗୀତରେ ଜଣେ ମହିଳା ନୃତ୍ୟ କରିଥିବା ଭିଡିଓ ଭାଇରାଲ୍‌ ମଧ୍ୟ ହୋଇଥିଲା। ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସଙ୍କର ଦ୍ବାରା ନୃତ୍ୟ କରାଯାଇଥିବା ନେଇ ଭାଇରାଲ୍‌ ହେଉଥିବା ଭିଡିଓରେ କହାଯାଉଥିଲା।

ସମ୍ବଲପୁର ଜିଲ୍ଲାପାଳଙ୍କର ସୁନ୍ଦର ନୃତ୍ୟ ବୋଲି ଭାଇରାଲ ହେଉଥିବା ଭିଡିଓକୁ ନିଜେ ଅନନ୍ୟା ପ୍ରଶଂସା କରିଥିଲେ। ‘ପ୍ରକୃତରେ ଏକ ଭଲ ପ୍ରଦର୍ଶନ- ଦୁଃଖର ବିଷୟ ମୋର ନୁହେଁ’ ବୋଲି ଅନନ୍ୟା ରିଟ୍ବିଟ୍‌ କରି ଲେଖିଛନ୍ତି। ସୂଚନାଯୋଗ୍ୟ, ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କର ବଦଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe