ନିଆଁରେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ, ବଧୂହତ୍ୟା ଅଭିଯୋଗ

Advertisment
ନିଆଁରେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ, ବଧୂହତ୍ୟା ଅଭିଯୋଗ

Photo by : dnaindia.com

ବୁର୍ଲା : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଡମାଳ ଗାଁର ଟଙ୍କଧର ମହାନନ୍ଦଙ୍କ ସ୍ତ୍ରୀ ଝରଣା ମହାନନ୍ଦ (୨୨)ଙ୍କ ନିଆଁରେ ପୋଡ଼ି ମୃତ୍ୟୁ ହୋଇଛି। ଗତ ରବିବାର ରାତି ୩ଟାରେ ସେ ନିଆଁରେ ପୋଡ଼ିଯାଇଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡିଯାଇଥିଲା। ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନିଆ ଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବୁର୍ଲା ମେଡିକାଲ୍‍କୁ ସ୍ଥାନାନ୍ତର କରିଥିଲେ। ଗୁରୁବାର ରାତି ସାଢେ ୮ଟାରେ ଭିମ୍‍ସାର ବର୍ଣ୍ଣ ୟୁନିଟ୍‍ରେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ମେଡିକାଲ୍‍ ପୁଲିସ୍‍ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ମୃତ ମହିଳା ଝରଣାଙ୍କ ପିତା ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନା ଜଳିଆ ଗାଁର କପିଳ ସୁନା ତାଙ୍କ ଝିଅକୁ ଶାଶୂଘର ଲୋକେ ପୋଡ଼ି ମାରି ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଗତ ବୁଧବାର ତରଭା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିବା କହିଛନ୍ତି। ଯୌତୁକ ପାଇଁ ଶାଶୁ ଘର ଲୋକମାନେ ଝରଣାଙ୍କୁ ହତ୍ୟା କରିଛନ୍ତି ବୋଲି କପିଳ ଅଭିଯୋଗ କରିଛନ୍ତି। ଅପରପକ୍ଷେ ମୃତ ମହିଳାଙ୍କ ସ୍ୱାମୀ ଟଙ୍କଧରଙ୍କ କହିବା ଅନୁସାରେ ଝରଣା ନିଆଁ ପୁଇଁବା ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତରଭା ପୁଲିସ୍‍ ଝରଣାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ବୟାନ ନେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe