ଟ୍ରେନ୍‌ରୁ ଖସି ଚାଲିଗଲା ମହିଳାଙ୍କ ଜୀବନ

Advertisment
ଟ୍ରେନ୍‌ରୁ ଖସି ଚାଲିଗଲା ମହିଳାଙ୍କ ଜୀବନ

youtube

ବାମରା: ଶନିବାର ଅପରାହ୍ନରେ ହାଓଡ଼ା-ଟିଟିଲାଗଡ଼ ଇସ୍ପାତ ସୁପରଫାଷ୍ଟ ଏକପ୍ରେସରୁ ଖସି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ବାମରା-ଧରୁଆଡ଼ିହି ମଧ୍ୟବର୍ତ୍ତୀ କୁଅଁରମାଲ ଫାଟକ ନିକଟରେ ଜଣେ ପ୍ରାୟ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଖବର ବିଷୟରେ ଟ୍ରେନ ଚାଳକ ବାମରା ଷ୍ଟେସନ ମ୍ୟାନେଜରଙ୍କୁ ସୂଚନା ଦେଇଥିଲେ। ଷ୍ଟେସନ ମ୍ୟାନେଜରଙ୍କ ଠାରୁ ଖବର ପାଇ ଝାରସୁଗୁଡା ଆରପିଏଫ ଷ୍ଟାଫ ଦିନେଶ ଚନ୍ଦ୍ର ଯାଦବ ତଦନ୍ତ କରିଥିଲେ।

ଏନେଇ ରେଲୱେ ପକ୍ଷରୁ ରାଜଗାଙ୍ଗପୁର ଜିଆରପିକୁ ଖବର ଦିଆଯାଇଥିଲା। ମାତ୍ର ଜିଆରପି ଅଧିକାରୀ ମାରିଆନୁସ ମିଞ୍ଜଙ୍କୁ ଯୋଗାଯୋଗ କରିବାରୁ, ଆମେ ବର୍ତ୍ତମାନ ନିର୍ବାଚନ କାମରେ ବ୍ୟସ୍ତ ଅଛୁ ବୋଲି ଉତ୍ତର ଦେଇଥିଲେ। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe