ଲୁଚିଛି ହାତୀ: ଜଙ୍ଗଲରେ ପତ୍ର ସଂଗ୍ରହ କରୁଥିଲେ ମହିଳା, କଚାଡ଼ି ଦେଲା

ଯୁଯୁମୁରା ଅଞ୍ଚଳର ଜଙ୍ଗଲରେ ଦନ୍ତା ମାତିଛି। କେବଳ ୫୫ ନମ୍ବର ଜାତୀୟ ରାଜପଥକଡ଼ରେ ଥିବା ଜଙ୍ଗଲ ନୁହେଁ। ବରଂ ଏହି ବ୍ଲକର ଗାଁ ପାଖରେ ଥିବା ଜଙ୍ଗଲରେ ମଧ୍ୟ ହାତୀପଲ ଓ ଗୋଠଛଡ଼ା ଦନ୍ତା ଲୁଛି ରହିଛନ୍ତି। ସାମାନ୍ୟ ଅସାବଧାନ ହେଲେ ଜୀବନ ଯାଇପାରେ।

Elephant kills woman in Jujumura of Sambalpur district.

Elephant kills woman in Jujumura of Sambalpur district. Photograph: (Sambad )

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳର ଜଙ୍ଗଲରେ ଦନ୍ତା ମାତିଛି। କେବଳ ୫୫ ନମ୍ବର ଜାତୀୟ ରାଜପଥକଡ଼ରେ ଥିବା ଜଙ୍ଗଲ ନୁହେଁ। ବରଂ ଏହି ବ୍ଲକର ଗାଁ ପାଖରେ ଥିବା ଜଙ୍ଗଲରେ ମଧ୍ୟ ହାତୀପଲ ଓ ଗୋଠଛଡ଼ା ଦନ୍ତା ଲୁଛି ରହିଛନ୍ତି। ସାମାନ୍ୟ ଅସାବଧାନ ହେଲେ ଜୀବନ ଯାଇପାରେ। ହାତୀମାନେ ଜଙ୍ଗଲରେ ଲୁଚି ରହିଥିବା ବେଳେ ମନୁଷ୍ୟ ଦେଖିଲେ ରକ୍ତମୁଖା ହେଉଛନ୍ତି। ହାତୀମାନେ ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ଧାନ ଅମଳ ସମୟ ହୋଇଥିବାରୁ ଗୋଠଛଡ଼ା ଦନ୍ତା ଓ ହାତୀପଲ କ୍ଷେତରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଜଙ୍ଗଲ ନିକଟକୁ ଲାଗିଥିବା ଗାଁର ଲୋକେ ଭୟଭୀତ ହୋଇଯାଇଛନ୍ତି। ଦିନ ଦି‘ପ୍ରହରରେ ମଧ୍ୟ ବାହାରିବାକୁ ଭୟ କରୁଛନ୍ତି। ଏହାର କାରଣ ପ୍ରାୟ ଏକ ମାସ ମଧ୍ୟରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି।

ଏହି ଖବର ପଢ଼ନ୍ତୁ: ସ୍ପଷ୍ଟ ଦିବାଲୋକରେ ବି ଭୟ: ଉଗ୍ର ହେଲା ହାତୀ, ପୁଣି ନେଲା ଜୀବନ

ହାତୀ ଆକ୍ରମଣରେ ଆଜି ପୁଣି ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରମଣର ଶିକାର ହୋଇଛନ୍ତି ଯୁଯୁମୁରା ବ୍ଲକ୍ ଗଡ଼ଲୋଇସିଂହ ପଞ୍ଚାୟତ ଅଧୀନ ଜାମୁଜୁରିର ପ୍ୟାରୀ ଲୁଗୁନ। ସେ ଆଜି ଜଙ୍ଗଲରୁ ପତ୍ର ସଂଗ୍ରହ କରୁଥିବା ବେଳେ ଲୁଚି ରହିଥିବା ଦନ୍ତା ମାରି ଦେଇଛି। 

ଏହି ଖବର ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଉଛି ଲୋକଙ୍କ ସରକାର: ମୋହନ

ଆଜି ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ଅଧୀନ ଜାମୁଜୁରିର ପ୍ୟାରୀ ଲୁଗୁନ((୫୦)। ଗୁରୁବାର ଅପରାହ୍‌ଣ ପ୍ରାୟ ସାଢେ଼ ୩ଟା ବେଳେ ନିକଟସ୍ଥ ପତ୍ରା ଜଙ୍ଗଲକୁ ପତ୍ର ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡିଯାଇଥିଲେ। ଅଚାନକ ହାତୀକୁ ଦେଖି ଘଟଣାସ୍ଥଳରୁ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ହାତୀଟି ଅତି ନିକଟରେ ଥିବାରୁ ସେଠାରୁ ସେ ଯାଇପାରି ନଥିଲେ। ଫଳରେ ହାତୀଟି ମହିଳାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ପ୍ୟାରୀଙ୍କର ମୃତ୍ୟୁ ହୋଇଥିଲା। 

ଏହି ଖବର ପଢ଼ନ୍ତୁ: ବେଲାଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି: ରାଜସ୍ୱ ମନ୍ତ୍ରୀ

ସ୍ଥାନୀୟ ଲୋକେ ପ୍ୟାରୀଙ୍କ ମୃତଦେହ ପଡ଼ିଥିବା ଦେଖି ବନ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଯୁୁଯୁମୁରା ଅଞ୍ଚଳରେ ହାତୀ ଉପଦ୍ରବ ନେଇ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବ ନେଇ ସ୍ଥାୟୀ ସମାଧାନ କରାଯାଉ ନଥିବାରୁ ଲୋକେ ଅସନ୍ତୁଷ୍ଟ ଓ ଉତ୍ତେଜିତ ଦେଖାଯାଉଛନ୍ତି। 

ଏହି ଖବର ପଢ଼ନ୍ତୁ: ଆମେ ହାରିନାହୁଁ କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ: ନବୀନ ପଟ୍ଟନାୟକ

ସୂଚନାଯୋଗ୍ୟ, ଯୁଯୁମୁରା ଅଞ୍ଚଳରେ ଗତମାସ ୨ ଜଣଙ୍କୁ ହାତୀ ଆକ୍ରମଣ କରି ଜୀବନ ନେଇଥିଲା। ଚଳିତ ମାସ ଆଜିର ଘଟଣା ସହ ୫ ଜଣ ଜୀବନ ହାରି ସାରିଛନ୍ତି। ଗତ ୨୪ ତାରିଖରେ ଆମଲିପାଣି ନୁଆଁମୁଡ଼ାର ଅବସରପ୍ରାପ୍ତ ସେନା କର୍ମଚାରୀ ସତୋ ଟୁଟି(୬୩), ୨୩ ତାରିଖରେ ଧମାକଟାର ଶାଲମି ମିଞ୍ଜ (୭୦), ୨୧ ତାରିଖରେ କଂସର ପଞ୍ଚାୟତ ପଡ଼ାର ମୁଡକି ମୁଣ୍ଡା (୬୦), ୮ ତାରିଖରେ ମହାକୁଡ଼ପାଲି ଗ୍ରାମର ମାଙ୍ଗରା ମହତୋ (୫୯) ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe