ସାନଭାଇର ଆକ୍ରମଣରେ ବଡ଼ର ଚାଲିଗଲା ଜୀବନ

ସାନଭାଇର ଆକ୍ରମଣରେ ବଡ଼ର ଚାଲିଗଲା ଜୀବନ

www.vimsar.ac.in

ଚିପିଲିମା: ବୁର୍ଲା ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ବୀର ବିଶ୍ବାଳ (୪୭) ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ସୂଚନା ଅନୁସାରେ, ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ ୧ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ବୀର ବିଶ୍ଵାଳ ନିଜ ଗାଁରେ ରହୁଥିବା ବେଳେ ତାଙ୍କର ଜଣେ ଭାଇ ସଞ୍ଜୟ ବିଶ୍ଵାଳ (୪୦) ଆଜି ମଦ୍ୟପାନ କରି ନିଜ ପୈତୃକ ଗ୍ରାମ ସାହାଜବାହାଲକୁ ଆସିଥିଲେ। ଘରେ ଥିବା ବଡ଼ଭାଇ ବୀର ସାଙ୍ଗରେ ତାଙ୍କ କୌଣସି ପାରିବାରିକ ପ୍ରସଂଗକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୟ ଘରେ ଥିବା ତାୱାରେ ବୀରଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ବାରମ୍ବାର ତାୱାରେ ଆଘାତ ଦେବା ଫଳରେ ଘଟଣାସ୍ଥଳରେ ହିଁ ବୀରଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ସଂପର୍କରେ ଖବର ପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ଶବକୁ ବୁର୍ଲା ମେଡିକାଲକୁ ପଠେଇଥିଲେ। ଅଭିଯୁକ୍ତ ସଂଜୟକୁ ମଧ୍ୟ କାବୁ କରି ବୁର୍ଲା ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe