ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପୁରୁଣାବସ୍ତି ଅଞ୍ଚଳର ଡାବଲୁ ରାମ(୨୫) ବୁଧବାର ରାତି ୨ଟାରେ ଶ୍ୟାମ ମେଟାଲିକ୍ସରୁ ରାତି ୨ଟାରେ କାମରୁ ସାରି ଗାଧୋଇ ସାରି ତାରରେ ଗାମୁଛା ଶୁଖାଇବା ବେଳେ ଅସାବଧାନତବଶତଃ ସେ ଜୀବନ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ବିଦ୍ୟୁତ୍ ଆଘାତରେ ତାଙ୍କ ଶରୀରର ଅନେକାଂଶ ଜଳି ଯାଇଥିଲା। ପଡ଼ୋଶୀମାନେ ତାର ଛିଣ୍ଡାଇ ଡାବୁଲୁଙ୍କୁ ଉଦ୍ଧାର କରି ସମଲେଶ୍ବରୀ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ୍ତ୍ୟୁ ଘଟିଛି। ଏନେଇ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ବିଦ୍ୟୁତ ଆଘାତରେ ଯୁବକ ମୃତ
Advertisment
Follow Us