ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଜୁଗୁପାଲି ଗ୍ରାମର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ପ୍ରତାରଣା ଦେଇଥିବା ଅଭିଯୋଗରେ ଯୁବକକୁ ଗିରଫ କପରି ପୁଲିସ୍ କୋର୍ଟ ଚାଲାଣ କରିଛି। ୪ ବର୍ଷ ପୂର୍ବେ ରେଙ୍ଗାଲି ସପ୍ନେ ରାସ୍ତା ନିର୍ମାଣ ସମୟରେ ବନହରପାଲି ଥାନା ଚାରପାଲି ଗ୍ରାମର ଟ୍ରାକ୍ଟର ଡ୍ରାଇଭର ପ୍ରଶାନ୍ତ ଭୋଇ (୨୭)ଙ୍କ ସହ ଶ୍ରମିକ କାମ କରୁଥିବା ସାଲଡ ପଞ୍ଚାୟତ ଜୁଗିପାଲିର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ପ୍ରଶାନ୍ତର ପ୍ରତାରଣାର କାହାଣୀ। ଉଭୟଙ୍କ ସମ୍ପର୍କ ବିଷୟରେ ଗ୍ରାମବାସୀ ଜାଣିବା ପରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବା ପାଇଁ ମନା କରିଥିଲେ। ଅସହାୟ ଯୁବତୀ ଘଟଣା ବିଷୟରେ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପ୍ରଶାନ୍ତକୁ କୋର୍ଟ ଚାଲାଣ କରିଛି। ପରିବାର ଲୋକେ ଯୁବତୀଙ୍କୁ ନେବା ପାଇଁ ମନା କରି ଦେଇଥିବାରୁ ରେଙ୍ଗାଲି ପୁଲିସ ଉକ୍ତ ଯୁବତୀଙ୍କୁ ଧନକଉଡା ସୁଧାର ଆଶ୍ରମରେ ରଖିବାର ବ୍ୟବସ୍ଥା କରିଛି।
ଶାଶୂ ଘର ବଦଳରେ ଯୁବତୀ ଗଲେ ସୁଧାର ଆଶ୍ରମ
Advertisment
Follow Us