ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ରାସ୍ତାରେ ଚାଲିଥିଲା ଦଶହରା ପୂଜା ଭସାଣି ଶୋଭାଯାତ୍ରା। ଏଥି ପାଇଁ ଥିଲା ନାହିଁ ନଥିବା ଭିଡ଼। ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏ ସବୁ ମଧ୍ୟରେ ସଂଧ୍ୟା ସାଢ଼େ ୬ ସମୟରେ ବୁଢାରଜା କଲେଜ ସମ୍ମୁଖ ରାସ୍ତାରେ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ଜଣକ ହେଲେ କରମଟୁଲିର ବିଶାଲ ଖଡ଼ିଆ (୧୮)। ସେ ହୋଣ୍ଡା ସୋ ରୁମରେ କାମ କରୁଥିଲେ। ଦୁର୍ବୃତ୍ତମାନେ ତେବେ, କିଏ ଓ କାହିଁକି ଏହି କାଣ୍ଡ ଭିଆଇଲା ଏ ନେଇ ଟେର ପାଉନାହିଁ ପୁଲିସ। ଏହି ହତ୍ୟାକାଣ୍ଡ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ ବୋଲି କହିଛନ୍ତି ଏସଡିପିଓ ଭବାନୀ ଉଦଗାତା। ଘଟଣାସ୍ଥଳରୁ ଏକ ପେପର କଟର ଜବତ କରାଯାଇଛି।
ଭସାଣି ବେଳେ ଯୁବକକୁ ଗୋଡ଼େଇ ଗୋଡ଼ାଇ ମାରିଲେ
Advertisment
Follow Us