ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

Advertisment
ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

ସମ୍ବଲପୁର: ଗୁରୁବାର ଅପରାହଣରେ ସମ୍ବଲପୁର ସିଟି ଷ୍ଟେସନରେ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଷ୍ଟେସନ ପରିସରରେ ଥିବା ଏହି ବ୍ୟକ୍ତି ଜଣକ ଟ୍ରେନ୍‌ ଆସିବା କ୍ଷଣି ସାମ୍‌ନାକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଅଟୋଚାଳକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ସଦର ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଘଟଣା ସଂକ୍ରାନ୍ତରେ ଧନୁପାଲି ଥାନାରେ ଅପମୃତ୍ୟୁ ମାମଲା ୩/୧୮ ରୁଜୁ କରାଯାଇଛି। ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିିଙ୍କ ପରିଚୟ ମିଳି ପାରି ନାହିଁ। ଉକ୍ତ ବ୍ୟକ୍ତିଙ୍କୁ କେହି ଚିହ୍ନି ଥିଲେ ଧନୁପାଲି ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe