ବଙ୍ଗଳା ଫିଲ୍ମରେ ନାୟିକା ହେଲେ ଓଡ଼ିଆ ଝିଅ; ଅଭିନୟ ସହ କଣ୍ଠଦାନ ବି କରିଛନ୍ତି

Advertisment
ବଙ୍ଗଳା ଫିଲ୍ମରେ ନାୟିକା ହେଲେ ଓଡ଼ିଆ ଝିଅ; ଅଭିନୟ ସହ କଣ୍ଠଦାନ ବି କରିଛନ୍ତି

ସମ୍ବଲପୁର: ସମ୍ବଲପୁର ଫିଲ୍ମ ଜଗତକୁ ଅନେକ ଅଭିନେତା- ଅଭିନେତ୍ରୀ ଦେଇଛି। କିଛି ବର୍ଷର ବ୍ୟବଧାନରେ ସମ୍ବଲପୁର ମାଟିର ପୁଣି ଜଣେ ଝିଅ ଏସ୍‌ ପ୍ରିୟଦର୍ଶିନୀ ଫିଲ୍ମ ଜଗତରେ ଏବେ ପାଦ ଥାପିଛନ୍ତି। ତାହା ପୁଣି ଏକ ବଙ୍ଗଳା ଫିଲ୍ମରେ। ଫିଲ୍ମଟିର ଶୀର୍ଷକ ହେଉଛି ‘ଇନ୍ତେଜାର’। ଏସ୍‌ ପ୍ରିୟଦର୍ଶିନୀ ଏହି ରୋମାଞ୍ଚ ଭରା ରୋମାଣ୍ଟିକ ହରର ଫିଲ୍ମରେ ହିରୋଇନ୍ ଭାବେ ଅଭିନୟ କରିବା ସହିତ କଣ୍ଠଦାନ ବି କରିଛନ୍ତି।

ମୁମ୍ବାଇର ଜଣାଶୁଣା ବ୍ଲାକ ସ୍କ୍ରିନ ଷ୍ଟୁଡିଓ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରଥମ କେତୋଟି ଗୀତ ରେର୍କଡିଂ ସରିଛି। ଆଉ କିଛି ଗୀତ ରେର୍କଡିଂ ବାକି ଅଛି। ପ୍ରଶାନ୍ତ ରାୟ ମାଇକେଲ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ହେଉଛନ୍ତି ପ୍ରସନ୍ନଜିତ୍ ପି ମିଶ୍ର।  ଏସ୍‌ ପ୍ରିୟଦର୍ଶିନୀଙ୍କ ପୂରା ନାମ ହେଉଛି ସିଦ୍ଧି ପ୍ରିୟଦର୍ଶିନୀ। ତେବେ  ଫିଲ୍ମ ପାଇଁ ତାଙ୍କ ନାମ ଏସ୍‌ ପ୍ରିୟଦର୍ଶିନୀ ରଖାଯାଇଛି।

ବର୍ତ୍ତମାନ କଟକର ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏସ. ପ୍ରିୟଦର୍ଶିନୀ ହେଉଛନ୍ତି ସମ୍ବଲପୁରର ଜଣାଶୁଣା ବ୍ୟକ୍ତିତ୍ଵ ପ୍ରଫୁଲ୍ଲ ହୋତାଙ୍କ ନାତୁଣୀ। ଏହାଛଡ଼ା ସେ ସୁପ୍ରଭା ହୋତା ଓ ସମୀର ବହିଦାରଙ୍କ ସୁକନ୍ୟା। ସୁପ୍ରଭାଙ୍କଠାରୁ ଗୀତ ଶିଖିଥିବା ଏସ. ପ୍ରିୟଦର୍ଶିନୀ ତାଙ୍କ ସଫଳତା ସବୁ ଶ୍ରେୟ ତାଙ୍କ ମାଆଙ୍କୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe