ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଆକସ୍ମିକ ଗସ୍ତ; ଶ୍ରେଣୀଗୃହରେ ପଶି ପିଲାଙ୍କୁ ପଚାରିଲେ ପଣିକିଆ

ଜଟଣୀ ବିଇଓ ଅଫିସର ୪ଜଣଙ୍କୁ ଅନୁପସ୍ଥିତ କାରଣରୁ ସୋ କଜ ନୋଟିସ୍‌ ଜାରି କଲେ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଆକସ୍ମିକ ଗସ୍ତ; ଶ୍ରେଣୀଗୃହରେ ପଶି ପିଲାଙ୍କୁ ପଚାରିଲେ ପଣିକିଆ

ଜଟଣୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଆକସ୍ମିକ ଭାବେ ଜଟଣୀ ବ୍ଲକ୍‌କୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜଟଣୀ ବିଇଓ ଅଫିସର ୪ଜଣ ଅନୁପସ୍ଥିତ ଥିଲେ। ତେଣୁ ଅଫିସ୍‌ରେ କାହିଁକି ଅନୁପସ୍ଥିତ ଥିଲେ ସେଥିପାଇଁ ଜଟଣୀ ବିଇଓ ଅଫିସର ୪ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏଥିସହିତ ବିଇଓଙ୍କ କାର୍ଯ୍ୟରେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅସନ୍ତୋଷ ପ୍ରକାଶ କରିଥିଲେ।

ସେହିପରି ଯାଆଁଳା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସେଠ ମାଝିଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍‌ ବି ଜାରି କରାଯାଇଛି। ଏଥିସହିତ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ଶ୍ରେଣୀଗୃହରେ ପଶି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କିଛି ପାଠ ପଣିକିଆ ପଚାରିଥିଲେ। ଏହି ସମୟରେ ପିଲାମାନେ ପଣିକିଆ କହି ପାରି ନ ଥିଲେ। ତେଣୁ ଷଷ୍ଠଶ୍ରେଣୀର ଶିକ୍ଷୟିତ୍ରୀଙ୍କୁ ବି ପିଲା କାହିଁକି ପଣିକିଆ କହି ପାରୁ ନାହାନ୍ତି ସେଥିପାଇଁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଏହାର ଉତ୍ତର ଦେବାକୁ କହିଛନ୍ତି। ଏଥିସହ ବହଦଲପୁର ହାଇସ୍କୁଲଗସ୍ତ କରି ମଧାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe