ବାଲୁକା କଳାରେ ହଳଲଙ୍ଗଳ ଗଢ଼ିଲେ ଯୁବଶିଳ୍ପୀ ଓମ ପ୍ରକାଶ

Advertisment
ବାଲୁକା କଳାରେ ହଳଲଙ୍ଗଳ ଗଢ଼ିଲେ ଯୁବଶିଳ୍ପୀ ଓମ ପ୍ରକାଶ

Sambad

କର୍ଲାମୁଣ୍ଡା: ଏବର୍ଷ ବର୍ଷା ବିଳମ୍ବରେ ହୋଇଥିଲେ ହେଁ ବର୍ତ୍ତମାନ ଚାରିଆଡେ ପଲ୍ଲା ରୁଆ, ବେଉଷଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଟ୍ରାକ୍ଟର, ପାୱାରଟିଲର ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର ଗ୍ରାମାଞ୍ଚଳରେ ମଧ୍ୟ ବହୁଳ ଭାବରେ ଦେଖିବାକୁ ମିଳୁଛି। ଲୁପ୍ତ ପ୍ରାୟ ହଳ ଲଙ୍ଗଳ କାଁ ଭାଁ କେଉଁଠି କ୍ଵଚିତ ଦେଖିବାକୁ ମିଳୁଛି। କାରଣ ହଳେ ବଳଦର ପ୍ରତିପୋଷଣ ଖର୍ଚ୍ଚ ବଢ଼ି ଚାଲିଛି। ପୁଣି ଗୋଚର ଜମି ସବୁ ବେଆଇନ ଜବରଦଖଲ ହେଉଥିବାରୁ ଗୋରୁ ଚାରିବାକୁ ଜାଗା ଅଭାବ ହେଲାଣି ତେଣୁ ବର୍ତ୍ତମାନ ଚାଷୀ ଆଉ ଏଣିକି ବଳଦ ରଖିବାକୁ ପସନ୍ଦ କରୁନାହାନ୍ତି।

ଧୀରେ ଧୀରେ ହଳ ଲଙ୍ଗଳର ବ୍ୟବହାର କମି ଆସୁଅଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତ ଅଧୀନ ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀକ ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳା ମାଧ୍ୟମରେ ଚାଷୀ ହଳ କରୁ ଥିବାର ଦୃଶ୍ୟକୁ ନିଖୁଣ ଭାବରେ ଅଙ୍କନ କରି ଚାଷୀକୁ ପ୍ରୋତ୍ସାହିତ କରିବାକୁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe