ଶୀତଳଷଷ୍ଠୀ ସଜବାଜ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଶୀତଳଷଷ୍ଠୀ ସଜବାଜ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଦେବବିବାହ ଶୀତଳଷଷ୍ଠୀ ପାଇଁ ସବୁଠି ସଜବାଜ ଚାଲିଛି। ଏହି ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା କଚେରି ଛକ ନିକଟ ଏସ୍‌ବିଆଇ ସମ୍ମୁଖରେ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ଏହି ବାଲୁକା କଳାରେ ଶୀବପାର୍ବତୀଙ୍କ ବିବାହକୁ ପ୍ରଦର୍ନଶନ କରାଯାଇଥିବା ବେଳେ ବୁଧବାର ସକାଳେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ ଉଦ୍‌ଘାଟନ କରିଛନ୍ତି। ଶୀତଳଷଷ୍ଠୀ ଅବସରରେ ଏଭଳି ବାଲୁକାକଳା ସମ୍ବଲପୁରରେ ପ୍ରଥମ ଥର ହୋଇଥିବା ବେଳେ ଯାତ୍ରା ଦେଖିବାକୁ ଆସୁଥିବା ଲୋକଙ୍କୁ ଆକର୍ଷିତ କରୁଛି।

ବୁଧବାର ଏହା ଉଦ୍‌ଘାଟନ ହେବା ପରେ ସେଲ୍‌ଫି ଉଠାଇବା ପାଇଁ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିଛି। ଗୁରୁବାର ଓ ଶୁକ୍ରବାର ଏହି ଭିଡ଼ ଆହୁରି ବଢ଼ିବାର ସମ୍ଭାବନ ଅଛି। ଉଦ୍‌ଘାଟନୀ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ବି. ଗଙ୍ଗାଧର, ଏସ୍‌ଏମ୍‌ସି କମିସନର ପ୍ରଦୀପ ସାହୁ, ଡେପୁଟି କମିସନର ଶଙ୍କର ସାହୁ, ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀରମୋହନ ମାଝୀ ସମେତ ବିଭିନ୍ନ ଏବଂ ଶୀତଳଷଷ୍ଠୀ ଯାତ୍ରା କମିଟିଗୁଡ଼ିକର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe