ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓ ପାପଡାହାଣ୍ଡି ତହସିଲ ପକ୍ଷରୁ ମାନିଗାଁ ବାଲି ସୌରାତରେ ମିଳିତ ଚଢ଼ଉ କରାଯାଇ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ବେଆଇନ ବାଲି ଚାଲାଣକାରୀଙ୍କ ନିକଟରୁ ଡାବୁଗାଁ ତହସିଲ ପକ୍ଷରୁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି।
ସୂଚନା ଅନୁଯାୟୀ ଡାବୁଗାଁ ଓ ପାପଡାହାଣ୍ଡି ତହସିଲକୁ ଭାଗ କରୁଥିବା ମାନିଗାଁ ଅଙ୍ଗିନଦି ବାଲି ସୌରାତ ନଦୀର ଦୁଇ ପାର୍ଶ୍ଵରେ ଉଭୟ ତହସିଲର ବାଲି ସୌରାତ ଥିଲେ ସୁଦ୍ଧା ଚଳିତ ବର୍ଷ ଏହାକୁ ନିଲାମ କରାଯାଇ ନାହିଁ। ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ଉଭୟ ସୌରାତରୁ ପ୍ରତିଦିନ ବାଲି ଚୋରା ଚାଲାଣ କରୁଛନ୍ତି ଯାହା ଦ୍ୱାରାକି ରାଜସ୍ୱ ବିଭାଗର ଲକ୍ଷାଧିକ ଟଙ୍କା କ୍ଷତି ହେଉଛି। ଏ ନେଇ 'ସମ୍ବାଦ'ରେ ବାରମ୍ବାର ଖବର ପ୍ରସାରଣ ପରେ ଗତକାଲି ବୁଧବାର ଅପରାହ୍ନରେ ଡାବୁଗାଁ ତହସିଲଦାର ସନ୍ଧ୍ୟା ସୋମରଥ ଓ ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀ ମିଳିତ ଭାବେ ମାନିଗାଁ ବାଲି ସୌରାତ କୁ ଚଢାଉ କରିଥିଲେ। ଏଥିରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ଓ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।
Follow Us