ନୀଳଗିରିରେ ବାଲିମାଫିଆଙ୍କ ଆତଙ୍କରାଜ: ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ, ଅଟକ ରଖି ଧମକଚମକ

ନୀଳଗିରିରେ ବାଲିମାଫିଆଙ୍କ ଆତଙ୍କରାଜ: ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ, ଅଟକ ରଖି ଧମକଚମକ

ବାଲେଶ୍ୱର: ନୀଳଗିରି ତହସିଲ ଅଧୀନ ସୋନନଦୀର ପୁନ୍ଦାଳ ନିକଟରେ ଥିବା ଏକ ବେଆଇନ୍‌ ବାଲିଖାଦାନରୁ ଚୋରା ବାଲିଚାଲାଣ ବେଳେ ତହସିଲଦାର ଚଢ଼ାଉ କରିଥିଲେ। ସ୍ଥାନୀୟ ବାଲିମାଫିଆ ଓ ଗ୍ରାମବାସୀ ସେଠାରେ ତହସିଲଦାରଙ୍କୁ ଆକ୍ରମଣ ସହ ଅଟକ ରଖିଥିଲେ। ଏହାପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ସ୍ଥାନୀୟ ପୁଲିସ ସଦଳବଳେ ସେଠାରେ ଯାଇ ପହଞ୍ଚିବା ପରେ ମାଫିଆମାନେ ଛତ୍ରଭଙ୍ଗ ଦେଇଛନ୍ତି। ପୁଲିସ ଅଟକ ଥିବା ତହସିଲଦାର ଅଶେଷ କୁମାର ଏବଂ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରି ବାଲିଚାଲାଣ କରାଯାଉଥିବା ଟ୍ରାକ୍ଟରକୁ ଜବତ କରିଥିବା ଜଣାପଡ଼ିଛି।

ସୂଚନାଥାଉକି, ପୂର୍ବରୁ ମଧ୍ୟ ଏକାଧିକ ବାର ଏହି ବେଆଇନ ବାଲିଖାଦାନ ଉପରେ ପ୍ରଶାସନର ଚଢ଼ାଉ କରାଯାଇଛି। ଗତ ଜୁନ୍‌ ମାସ ୧୧ ତାରିଖ ରାତିରେ ନୀଳଗିରି ଉପଜିଲାପାଳ ହରିଶ୍‌ ଚନ୍ଦ୍ର ଜେନା ଓ ତହସିଲଦାର ଅଶେଷ ନାୟକଙ୍କ ସମେତ ରାଜସ୍ୱ ସହକାରୀ ବନମାଳି ସିଂ, ବିଷ୍ଣୁ ସେଠୀ, ଆରଆଇ ରତିକାନ୍ତ ମହାନ୍ତି, ଜନ୍ମେଞ୍ଜୟ ସିଂ ପ୍ରମୁଖ ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। କିନ୍ତୁ ଚଢ଼ାଉ ସମୟରେ ହଠାତ୍‌ ୬୦ରୁ ଊର୍ଦ୍ଧ୍ଵ ପୁରୁଷ ଓ ମହିଳା ସଂଘବଦ୍ଧ ଭାବେ ସେମାନଙ୍କୁ ପଥର ମାଡ଼ ଓ ଲାଠି ଚାଳନା କରି ହତ୍ୟା ଧମକ ଦେଇଥିଲେ।

publive-image

ଜବତ ହୋଇଥିବା ୪ଟି ଗାଡ଼ି ମଧ୍ୟରୁ ରାସ୍ତାରୁ ୨ଟି ଗାଡ଼ିକୁ ମଧ୍ୟ କିଛି ଗ୍ରାମବାସୀ ଏବଂ ଏହି ମାଫିଆ ଗୋଷ୍ଠୀ ଜୋର ଜବରଦସ୍ତ ଛଡ଼ାଇ ନେଇଥିଲେ। ଏ ସମ୍ପର୍କରେ ତହସିଲଦାର ଶ୍ରୀ ନାୟକ ନୀଳଗିରି ଥାନାରେ ଏକ ଏତଲା ଦାଏର କରିବା ପରେ ପୁଲିସ ସ୍ଥାନୀୟ ସିଙ୍ଗିରି ଗାଁର ବାୟା ଓରଫ୍‌ ନିରଞ୍ଜନ ମହାନ୍ତି ଏବଂ ପୁନ୍ଦାଳ ଗାଁର ଅନନ୍ତ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe