ବେଆଇନ ବାଲି ଚାଲାଣ ବେଳେ ଧରପଗଡ଼: ୪ ଟ୍ରାକ୍ଟର ଜବତ, ୧ ଲକ୍ଷ ଜରିମାନା

Advertisment
ବେଆଇନ ବାଲି ଚାଲାଣ ବେଳେ ଧରପଗଡ଼: ୪ ଟ୍ରାକ୍ଟର ଜବତ, ୧ ଲକ୍ଷ ଜରିମାନା

The New Indian Express

କେଗାଁ: ବେଆଇନ ବାଲିଚାଲାଣ କରୁଥିବା ବେଳେ ଶୁକ୍ରବାର ପରିବହନ ବିଭାଗ ଚଢ଼ଉ କରି ୪ଟି ଟ୍ରାକ୍ଟରକୁ ଜବତ କରିବା ସହ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପଣ୍ଡକୁଳ ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା।

ଫଳରେ କଳାହାଣ୍ଡି ଜିଲ୍ଲା ପରିବହନ ବିଭାଗ ଆଜି ଚଢ଼ଉ କରିଥିଲା। ଚଢ଼ଉ ବେଳେ ୧ ଲକ୍ଷ ଟଙ୍କା ଜରିମାନା କରାଯିବା ସହ ଜବତ ୪ଟି ଯାକ ଟ୍ରାକ୍ଟରକୁ ଦଶପୁର ଫାଣ୍ଡିରେ ଜିମା ଦିଆଯାଇଛି। ଟ୍ରାକ୍ଟରଗୁଡ଼ିକର କାଗଜପତ୍ର ଠିକ ନଥିବାରୁ ଜରିମାନା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe