ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଗିରଫ

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଗିରଫ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗ ପକ୍ଷରୁ ବୁଧବାର ବେଲଗାଁରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ କାଠ କାଟିବା ସାମଗ୍ରୀ ଜବତ କରିବା ସହ ଏଥିରେ ସମ୍ପୃକ୍ତ ନୀଳାମ୍ବର ମାଝୀ (୬୧)ଙ୍କୁ ଗିରଫ କରାଯାଇଛି।

ବେଲଗାଁରେ ବେଆଇନ ଭାବରେ କାଠ ସାମଗ୍ରୀ ତିଆରି ହେଉଥିବା ଖବର ପାଇ କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ବରେ ନୀଳାମ୍ବର ମାଝୀ ଓ ସାନ ଗଣାଙ୍କ ଘରେ ଚଢ଼ଉ କରାଯାଇଥିଲା ସେଠାରୁ ଲକ୍ଷାଧିକ ଟଙ୍କାର କାଠ ଓ କାଠ କାଟିବା ସାମଗ୍ରୀ ଜବତ କରାଯାଇଥିଲା। ଏଥିରେ ନୀଳାମ୍ବରକୁ ଗିରଫ କରାଯାଇଛି। ​ତେବେ ବନ ବିଭାଗ ପହଞ୍ଚିବା ପୂର୍ବରୁ ସାନ ଗଣା ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଜବତ କାଠ କୋମନା ରେଞ୍ଜ ଅଫିସକୁ ଅଣାଯାଇଛି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ଜୟଲାଲ ଶୁକ୍ଲା, ଗୋପାଳ ମହାନନ୍ଦ, ସମୀର ଠାକୁର, ଉତ୍ତମ ମେହେର, ଶଶିଧର ଟାଣି ଓ ଜୟଦେବ ସାହୁ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe