କରୋନା ଯୋଦ୍ଧା: ଘୁ.ଉଦୟଗିରି ଏନଏସି ପରିମଳ କର୍ମଚାରୀଙ୍କୁ କରୋନା ସୁରକ୍ଷା ପୋଷାକ ସହ ସାନିଟାଇଜର ବଣ୍ଟନ

Advertisment
କରୋନା ଯୋଦ୍ଧା: ଘୁ.ଉଦୟଗିରି ଏନଏସି ପରିମଳ କର୍ମଚାରୀଙ୍କୁ କରୋନା ସୁରକ୍ଷା ପୋଷାକ ସହ ସାନିଟାଇଜର ବଣ୍ଟନ

ଘୁ.ଉଦୟଗିରି: କରୋନା କଟକଣା ସହ ଲକଡାଉନ ସମୟରେ ସାରା ଦେଶବାସୀଙ୍କ ପାଇଁ ଆଜି ଧାଡ଼ିରେ ଠିଆ ହୋଇ କାର୍ଯ୍ୟ କରୁଛନ୍ତି ଡାକ୍ତର , ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ, ପ୍ରଶାସନିକ ଅଧିକାରୀମାନଙ୍କ ସହ ସହରାଞ୍ଚଳର ପରିମଳ କର୍ମଚାରୀ।ଏହି ପରିମକ କର୍ମଚାରୀଙ୍କ ଯୋଗୁଁ ସହରବାସୀ ସଫାସୁତରାରେ ଦିନ କାଟୁଛନ୍ତି। ରାତି ପାହିଲା ବେଳକୁ ସାରା ସହର ସଫା ସୁତରା ହେବା ସହ ଡ୍ରେନ ସଫା ହୋଇହାଇଥାଏ।କରୋନା ଭୁତାଣୁ କୁ ଖାତିର ନ କରି ସହରବାସୀଙ୍କୁ ନିଃସ୍ୱାର୍ଥପର ଭାବେ ସେବା ଯୋଗେଇ ଦେଇଥାନ୍ତି।

ଏହି କରୋନା ଯୋଦ୍ଧାଙ୍କୁ ଆଜି ସ୍ଥାନୀୟ ଏନଏସି ପକ୍ଷରୁ ସେଇ ପରିମଳ କର୍ମଚାରୀମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଭୁତାଣୁ ସୁରକ୍ଷା ସମ୍ପୂର୍ଣ୍ଣ ଶରୀର ନିମନ୍ତ୍ର ପୋଷାକ,ହେଲମେଟ,ଗମବୁଟ, ଗ୍ଲୋବସ,ମାସ୍କ,ସେନିଟାଇଜେର,ଏବଂ ସାବୁନ ପ୍ରଦାନ କରାଯାଇଅଛି।ଏନଏସି ନିର୍ବାହୀ ଅଧିଜାରୀ ସଂଜୀବ କୁମାର ମହାପାତ୍ର ଉପସ୍ଥିତ ରହି ୨୨ ପୁରୁଷ ଏବଂ୨୩ଜଣ ମହିଳା ପରିମଳ କର୍ମଚାରୀଙ୍କୁ ଏହି ସବୁ ଜିନିଷ ପ୍ରଦାନ କରିଥିଲେ। ଏହି ସମୟରେ ପରିମଳ ଦାୟିତ୍ବରେ ଥିବା ପରିମକ ପରିଦର୍ଶକ ସୁରେନ ବିଷୋୟୀ, କମ୍ଭୁପାଣି ପାଣିଗ୍ରାହୀ, ସତ୍ୟପ୍ରକାଶ ମହାପାତ୍ର ଏବଂ ଶିଵସୁନ୍ଦର ଦାସ, ନରୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe