ଉଲୁଣ୍ଡାରେ କୀର୍ତ୍ତନ ଅନ୍ତାକ୍ଷରୀ ଅନୁଷ୍ଠିତ

Advertisment
ଉଲୁଣ୍ଡାରେ କୀର୍ତ୍ତନ ଅନ୍ତାକ୍ଷରୀ ଅନୁଷ୍ଠିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ୍ କଳାପଥର ପଞ୍ଚାୟତ ଜମପାଲିଠାରେ କୀର୍ତ୍ତନ ଅନ୍ତାକ୍ଷରୀ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନ୍ତାକ୍ଷରୀରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରୁ ୧୦ଜଣ ଗାୟକ ଗୁରୁ ଅଂଶ ଗ୍ରହଣ କରିଥିଲେ। ଦୁଇଟି ଦଳରେ ବିଭକ୍ତ କରି ଏହି ଅନ୍ତାକ୍ଷରି ଅନୁଷ୍ଠିତ ହୋଇଥିଲା। ନଦିଆ ଦଳର ଦଳପତି ଭାବରେ ଗୁରୁ ଶାନ୍ତନୁ କୁମାର ମହାକୁଡ଼ଙ୍କ ନେତୃତ୍ୱରେ ଗୁରୁ ରଞ୍ଜନ ପ୍ରଧାନ, ରାଧେଶ୍ୟାମ ସାହୁ, ନନ୍ଦୀ କିଶୋର ପଧାନ ଓ ଗୌତମ ଦେହୁରୀ ଭାଗ ନେଇଥିବା ବେଳେ ଶ୍ରୀକ୍ଷେତ୍ର ଦଳର ଦଳପତି ଭାବରେ ଗୁରୁ ପର୍ଶୁରାମ ବାରିକ, ଗୁରୁ ଗୋପାଳ ରାଉତ, ରବିନାରାୟଣ ଡାଙ୍ଗ, ଗୋବିନ୍ଦ ଦେହୁରୀ ଏହି ଦଳରେ ସାମିଲ ହୋଇଥିଲେ।

ମୃଦଙ୍ଗରେ ଗୁରୁ ବିଶାନ୍ତ ନାଏକ, ଦେବରଞ୍ଜନ କଣ୍ଣ ମଞ୍ଜରାରେ ବଶିଷ୍ଠ ପ୍ରଧାନ, କାଠିରେ ସର୍ବେଶ୍ଵର ଦେହୁରୀ, ଝୁମକାରେ ପଞ୍ଚୁ ମେଣ୍ଡିଲି ସହଯୋଗିତା କରିଥିଲେ। ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କୀର୍ତ୍ତନ ଅନ୍ତାକ୍ଷରିକୁ ପରିଚାଳନା କରିଥିବା ସହ ବିଚାରକ ଭାବରେ ବରିଷ୍ଠ ସାମ୍ବାଦିକ ତଥା ସୁବର୍ଣ୍ଣପୁର ଜିଲ୍ଲାର ସଙ୍କୀର୍ତ୍ତନ ପ୍ରଭାରୀ ଯୁଗଳ କିଶୋର ମିଶ୍ର, ଗୁରୁ ଧ୍ରୁବ ଚରଣ ପ୍ରଧାନ ଓ ଗୁରୁ ନିଗମାନନ୍ଦ ବେହେରା ଦାୟିତ୍ୱ ତୁଲାଇଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ସଙ୍କିତ୍ତନ୍ୟ ପରିଷଦର ତରଫରୁ ଆୟୋଜିତ ଏହି କୀର୍ତ୍ତନ୍ୟ ଅନ୍ତାକ୍ଷରି ମୁଖ୍ୟ ଆୟୋଯକ ଥୀଲେ ଗୁରୁ ରଞ୍ଜନ ପ୍ରଧାନ । ଏହି କାର୍ଯ୍ୟକ୍ରମରେ କ୍ୟାମେରା ଓ ସବଦ ସଂଯୋଜନା ନିଶୁଳ୍କ ଭାବରେ କରିଥିଲେ ମିଳନ ପ୍ରଧାନ, ବିମଳେନ୍ଦୁ ପଧାନ, ସହଯୋଗ କରିଥିଲେ ବୀରକିଶୋର କର୍ମୀ, ଅରବିନ୍ଦ ପ୍ରଧାନ, ପଞ୍ଚୁ ମେଣ୍ଡିଲି, ଚୈତନ୍ୟ ପଧାନ, ରମେଶ ପ୍ରଧାନ, ମାଗୁଣି ପ୍ରଧାନ, ଘନଶ୍ୟାମ ପଧାନ ପ୍ରମୁଖ । କରୋନା କଟକଣା ଯୋଗୁଁ ଦିର୍ଘ ଦୁଇ ବର୍ଷ ହେଲା କଳାକାର ହାତ ବାନ୍ଧି ବସିଥିବା ବେଳେ କୀର୍ତ୍ତନ୍ୟ କଳାକୁ ପୁର୍ନଜୀବିତ କରିବା ପାଇଁ ସକୀର୍ତ୍ତନ୍ୟ ଅନ୍ତାକ୍ଷରି ଏକ ଅଭିନବ ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe