ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ସାନ୍‌ଭି

Advertisment
ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ସାନ୍‌ଭି

ଭଞ୍ଜନଗର : ଇଣ୍ଡିଆ ବୁଖ ଅଫ୍‌ ରେର୍କଡରେ ସ୍ଥାନ ପାଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ମାତ୍ର ୪ ବର୍ଷର ଝିଅ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍‌ ଅଧୀନ ଗାୟଗଣ୍ଡା ପଞ୍ଚାୟତର  କଳିଙ୍ଗପଦର ହାଇସ୍କୁଲ ସାହିର ଝିଅ ସୁଶ୍ରୀ ସାନ୍‌ଭି ସାହୁ। ଗତ ମାର୍ଚ୍ଚ ମାସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ହୋଇଥିବା ଏକ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସେ ଏହି ସଫଳତା ପାଇବାକୁ ଯୋଗ୍ୟ ହୋଇଛନ୍ତି। ବିଶେଷ କରି ଉକ୍ତ ପ୍ରତିଯୋଗୀତାରେ ଶିକ୍ଷାକୁ ନେଇ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା। ସୁଶ୍ରୀଙ୍କୁ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ସହ ହିନ୍ଦୀ ଓ ଇଂରାଜୀ ରାଇମ୍ସ୍‌,ଅଙ୍ଗପ୍ରତ୍ୟଙ୍ଗ,ପଶୁପକ୍ଷୀଙ୍କ ବାସସ୍ଥଳ,ଜାତୀୟ ସଙ୍ଗୀତ,ଗଣିତ,ଇଂରାଜୀ ବନାନ ଆଦି ସଂର୍ପକରେ ପଚାରା ଯାଇଥିଲା। ଯାହାକୁ ସେ ଅତି ସ୍ପଷ୍ଟ ଭାବେ ଉପସ୍ଥାପନା କରି ସଠିକ୍‌ ଉତ୍ତର ପ୍ରଦାନ କରି ପାରିଥିଲେ। ଏତେ କମ୍ ବୟସରୁ ଏଭଳି ପ୍ରତିଭା ସମ୍ପନ୍ନ ହୋଇଥିବାରୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ତାଙ୍କୁ ଗୋଲ୍ଡ୍‌ ମେଡାଲ୍‌ ସହ ପ୍ରମାଣ ପତ୍ର,ବିଆର୍‌ ପେନ୍‌ ସହ ପରିଚୟ ପତ୍ର ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସୀର ଲହରୀ ଖେଳି ଯାଇଛି। ସୁଶ୍ରୀ ହେଉଛନ୍ତି କଳିଙ୍ଗପଦର ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ସାହୁଙ୍କ ନାତୁଣୀ। ତାଙ୍କ ମାଆ ମାମାଲି ସାହୁ ଗୃହିଣୀ ହୋଇଥିବା ବେଳେ ବାପା ଦିପକ କୁମାର ସାହୁ ପଶ୍ଚିମବଙ୍ଗର ସିଲିଗୁଡ଼ି ଠାରେ ବିଏସ୍‌ଏଫ୍‌ର ହେଡ୍‌ କନେଷ୍ଟବଲ(ମିନିଷ୍ଟ୍ରି)ରେ କାର୍ଯ୍ୟ କରୁଛନ୍ତି। କମ୍‌ ବୟସରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସଫାଳତା ପାଇଥିବାରୁ ପରିବାର ବର୍ଗଙ୍କ ସମେତ ଗ୍ରାମବାସୀ ଗର୍ବ ଅନୁଭବ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe