ସାମ୍ବାଦିକ ସମ୍ମିଳନୀରେ ପୁଣି ଗର୍ଜିଲେ ସାଂସଦ: ପଦ୍ମପୁରକୁ ଏନଏସି, ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି ଉଠାଇଲେ

Advertisment
ସାମ୍ବାଦିକ ସମ୍ମିଳନୀରେ ପୁଣି ଗର୍ଜିଲେ ସାଂସଦ: ପଦ୍ମପୁରକୁ ଏନଏସି, ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି ଉଠାଇଲେ

ରାୟଗଡା: ଆଜି ସ୍ଥାନୀୟ କଂଗ୍ରେସ ଭବନରେ ପୁଣି କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସପ୍ତଗିରି ଉଲାକା ପଦ୍ମପୁରକୁ ଏନଏସି ମାନ୍ୟତା ନେଇ ପୁଣି ଦାବି ଉଠାଇଛନ୍ତି । ସେ ପୂର୍ବରୁ କୋରାପୁଟର ବୋରିଗୁମ୍ମା, ରାୟଗଡାର ମୁନିଗୁଡା, ଚାନ୍ଦିଲି ଓ ବିଷମକଟକକୁ ଏନଏସି ମାନ୍ୟତା ନେଇ ଦାବି କରିଥିବାରୁ ରାଜ୍ୟ ସରକାର ଏହାକୁ ପୂରଣ କରିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। କିନ୍ତୁ ପଦ୍ମପୁର ଏନଏସି ମାନ୍ୟତା ପାଇବାରେ ଏକ ନମ୍ବର ଯୋଗ୍ୟତା ହାସଲ କରୁଥିବା ବେଳେ ତାକୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରିଥିଲେ। ସେହିପରି ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ନେଇ ପୁଣି ଦାବି ଉଠାଇଥିଲେ ।

କେନ୍ଦ୍ର ସରକାର ଗତ କିଛି ଦିନ ତଳେ ଦେଶର ୫୩ ସଂପ୍ରଦାୟକୁ ଜନଜାତିର ମାନ୍ୟତା ଦେଇଥିବା ବେଳେ ଝୋଡିଆଙ୍କୁ କାହିଁକି ଅଣଦେଖା କରାଗଲା ବୋଲି ପ୍ରଶ୍ନ କରିଥିଲେ। ତେଣୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିବେ। ୫୦ ହଜାରରୁ ଉର୍ଦ୍ଧ୍ବ ଝୋଡିଆ ଲୋକେ ଦସ୍ତଖତ କରି ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିବେ। ନିଜେ ସାଂସଦ ଶ୍ରୀ ଉଲାକା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ ବୋଲି କହିଥିଲେ। ସେହିପରି ସଉରା ଲିପି ଓ ଭାଷାକୁ ଅଷ୍ଟମ ଅନୁଛେଦରେ ସ୍ଥାନିତ କରିବା ପାଇଁ ମଧ୍ୟ ଦାବି ଉଠାଇଛନ୍ତି। ଏଥିପାଇଁ ମଧ୍ୟ ସେ ଦସ୍ତଖତ ଅଭିଯାନ ଆରମ୍ଭକରି ସେହି ଦସ୍ତଖତକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ ପୂର୍ବରୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ନୂଆ ଓଡିଶା ଓ ନବୀନ ଓଡିଶାରେ ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ୫୦ ଲକ୍ଷ ଟଂକାକୁ ନେଇ ସଂଦେହ ଉଠାଇଛନ୍ତି ସାଂସଦ । ଏହି ଟଂକାର କାର୍ଯ୍ୟ ଖସଡା କିଏ ଦେଲା ବୋଲି ସାଂସଦ ପ୍ରଶ୍ନ କରିଛନ୍ତି। ଏଥିରେ ଦୁର୍ନୀତିର ଗନ୍ଧ ଜଳ ଦଳ ଦିଶୁଛି ବୋଲି ସେ କହିଥିଲେ। ଏହାର ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଉଲାକାଙ୍କ ସମେତ ରାଜ୍ୟ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଆପାଲା ସ୍ବାମୀ କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe