ଜିଆରଏସଙ୍କ ଆକ୍ରମଣ ପରେ ଗ୍ରାମବାସୀଙ୍କ ସହ ଏସପିଙ୍କୁ ଭେଟିଲେ ସରପଞ୍ଚ

Advertisment
ଜିଆରଏସଙ୍କ ଆକ୍ରମଣ ପରେ ଗ୍ରାମବାସୀଙ୍କ ସହ ଏସପିଙ୍କୁ ଭେଟିଲେ ସରପଞ୍ଚ

Sambad

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ବନିତିଆ ପଞ୍ଚାୟତର ସରପଞ୍ଚଙ୍କୁ ସ୍ଥାନୀୟ ଜିଆରଏସ ମାଡ଼ ମାରିବା ନେଇ ଏସପିଙ୍କୁ ଭେଟିଲେ ସରପଞ୍ଚ ଓ ଗ୍ରାମବାସୀ। ନବ ନିର୍ବାଚିତ ସରପଞ୍ଚ ଙ୍କୁ ସହଯୋଗ ନକରିବା ସହ ଦୁର୍ନୀତିରେ ସମ୍ପୃକ୍ତି ଥିବା ଜିଆରଏସଙ୍କୁ ବଦଳି ପାଇଁ ଲେଖିଥିଲେ ସରପଞ୍ଚ। ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ଅଧିନସ୍ଥ ବାଣୀତିଆ ପଞ୍ଚାୟତର ସରପଞ୍ଚ ଦାମୋଦର ମହଲାଙ୍କୁ ଜିଆରଏସ ଭାଗିରଥି ପ୍ରଧାନ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗତକାଲି ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା। ବାଣୀତିଆ ପଞ୍ଚାୟତର ହେଉଥିବା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ନେଇ ବିବାଦ ଆରମ୍ଭ ହୋଇଥିଲା। ପରେ ଏହି ବିବାଦ ଥାନା ପର୍ଯ୍ୟନ୍ତ ଯାଇଥିଲା। ତେବେ ଘଟଣାରେ ବୁଝା ସୁଝାକୁ ନେଇ ଥାନାକୁ ଆସୁଥିବା ବେଳେ ସରପଞ୍ଚ ଦାମୋଦର ମହଲାଙ୍କୁ ମଝି ବାଟରେ ଜିଆରଏସ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ ଖୋଦ ସରପଞ୍ଚ।

ତେବେ ଜିଆରଏସ ପଞ୍ଚାୟତର ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବାରୁ ତାଙ୍କ ବଦଳି ପାଇଁ ସରପଞ୍ଚ ସୁପାରିଶ କରିଥିବାରୁ ତାଙ୍କୁ ଆକ୍ରମଣ ହୋଇଥିବା କହିଛନ୍ତି ସରପଞ୍ଚ। ଗତକାଲି ଥାନାରେ ଅଭିଯୋଗ ପରେ ଆଜି ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ସରପଞ୍ଚଙ୍କ ସହ ଗ୍ରାମବାସୀବୃନ୍ଦ ଭେଟି ଦାବିପତ୍ର ଦେଇଛନ୍ତି। ଗ୍ରାମବାସୀ ମାନେ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ସଂପୃକ୍ତ ଜିଆର ଏସ ଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe