Sambad
ବୈପାରିଗୁଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅନ୍ତର୍ଗତ ଚନ୍ଦ୍ରପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଚଳିତ ନିର୍ବାଚନରେ ଚନ୍ଦ୍ରପଡା ସରପଞ୍ଚ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ପ୍ରମିଳା ବୋଦା ଏବଂ ବାବି ମୁଦୁଲି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଶେଷ ମୁହୂର୍ତ୍ତରେ ପ୍ରମିଳା ବୋଦା ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବାରୁ ବାବି ମୁଦୁଲି ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
କୋଡ଼ିଏ ପଞ୍ଚାୟତ ବିଶିଷ୍ଟ ବୈପାରିଗୁଡା ବ୍ଲକର ତେନ୍ତୁଳିଗୁମ୍ମା ପଞ୍ଚାୟତ ପାଇଁ ସର୍ବସମ୍ମତିକ୍ରମେ ସରପଞ୍ଚ ପ୍ରାର୍ଥୀ ବଛା ଯାଇଥିବା ବେଳେ ଚନ୍ଦ୍ରପଡା ପଞ୍ଚାୟତ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ପରେ ପ୍ରତ୍ୟାହାର କରାଯାଇଥିବାରୁ ଏହି ଦୁଇଟି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନିର୍ବାଚନ ହେବ ନାହିଁ ବୋଲି ଜଣାପଡିଛି।
Follow Us