କଟକ: ପାଟଗହୀରରେ ପଡ଼ିଛି ଦନ୍ତାହାତୀର ମୃତଦେହ

କଟକ: ପାଟଗହୀରରେ ପଡ଼ିଛି ଦନ୍ତାହାତୀର ମୃତଦେହ

photo courtsey-HowStuffWorks

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣି ବନାଞ୍ଚଳ ପାଇକରାପୁର ଗ୍ରାମର ପାଟ ଗହୀର ଭିତରେ ଆଜି ସକାଳୁ ଏକ ବୟସ୍କ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀଟିର ବୟସ ଆନୁମାନିକ ୫୦ ବର୍ଷ ହେବ।ତାର ଦୁଇଟିଯାକ ଦାନ୍ତ ରହିଛି। ଖବର ପାଇ ବନବିଭାଗ ଅଧିକାରୀମାନେ ପାଟଗହୀରରେ ପହଞ୍ଚି ହାତୀର ମୃତଦେହ ବ୍ୟବଛେଦ କରିବାର ବ୍ୟବସ୍ଥା କରିଛନ୍ତି। ତେବେ ହାତୀଟି କିପରି ମଲା ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe