ଓରାମ ସମାଜର ‘ସାରହୁଲ ମହୋତ୍ସବ’: ଆଦିବାସୀଙ୍କ ନୃତ୍ୟଗୀତରେ ଦୁଲୁକିଲା ସଂସ୍କୃତି ମଞ୍ଚ

Advertisment
ଓରାମ ସମାଜର ‘ସାରହୁଲ ମହୋତ୍ସବ’: ଆଦିବାସୀଙ୍କ ନୃତ୍ୟଗୀତରେ ଦୁଲୁକିଲା ସଂସ୍କୃତି ମଞ୍ଚ

ସୁନ୍ଦରଗଡ଼: ହୁମ୍ବୋ (ତାହଣେ)ର ନାଦ ଓ ମାଦଳ, ନାଗରା ବାଜାର ତାଳେ ତାଳେ ଓରାମ ସମାଜର କୁଡ଼ୁଖ୍ ଭାଷାରେ ଗୀତ ଗାଇ ଝୁମି ଝୁମି ନାଚୁଥିବା ଆଦିବାସୀ ମହିଳାଙ୍କ ମେଳାରେ ଓରାମ ସାଂସ୍କୃତିକ ସମାଜର ଭାଷା, ସଂସ୍କୃତି ଓ ପରମ୍ପରାର ମହାପର୍ବ ‘ସାରହୁଲ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ସ୍ଥିତ ସଂସ୍କୃତି ଭବନରେ ଓରାମ ସାଂସ୍କୃତିକ ସମାଜ ଓଡ଼ିଶା ଓ ସୁନ୍ଦରଗଡ଼ ଟାଉନକମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଯୋଗ ଦେଇ ସାରହୁଲ ମହୋତ୍ସବର ଐତିହ୍ୟ, ପରମ୍ପରା ସମ୍ପର୍କରେ ଆାଲୋଚନା କରିଥିଲେ। ଉଗ୍ର ଆଧୁନିକତାରେ ଭାସି ନଯାଇ ସମାଜର ଯୁବପିଢ଼ି ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ସେ ଆହ୍ବାନ ଦେଇଥିଲେ।

publive-image

ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ନଗରପାଳିକା ତନୟା ମିଶ୍ର, ଏମସିଏଲ ମହାପ୍ରବନ୍ଧକ ଏସ.କେ. ଝା ଯୋଗ ଦେଇ ଆଦିବାସୀଙ୍କ ମହାନ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ଓରାମ ସାଂସ୍କୃତିକ ସମାଜ ଓଡ଼ିଶା ରାଜ୍ୟ ସଭାପତି ସୁକେଶୀ ଓରାମ, ସୁନ୍ଦରଗଡ଼ ଟାଉନକମିଟିର ବାଲକୁ ବାର୍ଲା, ସମାଜର ବରିଷ୍ଠ ବ୍ୟକ୍ତି ଅନନ୍ତରାମ କୁଜୁର, ମହାଦେବ କୁଜୁର, ବାସନ୍ତୀ ଖାଲଖୋ, ସୋମା ଓରାମ ପ୍ରମୁଖ ଯୋଗ ଦେଇ ସମାଜର ଉନ୍ନତି ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଓରାମ ସମାଜର ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୨୫ଟି ଦଳ ଯୋଗ ଦେଇଥିବା ବେଳେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଓରାମ ସାଂସ୍କୃତିକ ସମାଜ ଓଡ଼ିଶାର ସାଧାରଣସମ୍ପାଦକ ପ୍ରେମସାଗର ଓରାମ ମଞ୍ଚ ପରିଚାଳନା କରିଥିବା ବେଳେ କଳାକୃଷ୍ଣ ଓରାମ, ତ୍ରିନାଥ ଖାଲଖୋ, ରାମେଶ୍ବର ଟପ୍ପୋ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe