ଫୁଲବାଣୀ: କନ୍ଧମାଳର ଯୁବ ସମାଜସେବୀ ସରୋଜ କୁମାର ସାହୁ। ସେ ଭାରତୀୟ ଜନତା ପାର୍ଟିର ଚକାପାଦ ମଣ୍ଡଳ ସଭାପତି ଭାବେ କାମ କରୁଛନ୍ତି। ଏଥର କରୋନା କଟକଣା ପାଇଁ ସମ୍ବିଧାନ ପ୍ରଣେତା ଡ.ଆମ୍ବେଦରଙ୍କ ଜୟନ୍ତୀ ଉତ୍ସବ କେଉଁଠି ନାମକୁ ମାତ୍ର ପାଳନ କରାଯାଇଛି। କିଏ ପ୍ରତିମୂର୍ତ୍ତିରେ ଫୁଲମାଳ ପକାଇ ତ ଆଉ କିଏ ଘରେ ସ୍ମୃତିଚାରଣ କରି ଆମ୍ବେଦକରଙ୍କ ଜୟନ୍ତୀ ପାଳନ କଲେ। ହେଲେ ସରୋଜ ଏହି ମହାପୁରୁଷଙ୍କ ଜୟନ୍ତୀକୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। କରୋନା କଟକଣା ସମୟରେ ଗାଁ ଗହଳିରେ ବସବାସ କରୁଥିବା ଭୋକିଲା ଗରୀବ ଓ ଅସହାୟ୍ ଦାନା ଦେଇଛନ୍ତି ସରୋଜ। ବପଲମେଣ୍ଡି(ଏଲ) ପଞ୍ଚାୟତର ଡାଙ୍କୁଣି ଓ କୁସୁମେଣ୍ଡି ପଞ୍ଚାୟତର ଡଙ୍ଗୁରିପଡା ଗାଁର ୫୦୦ ଗ୍ରାମବାସୀଙ୍କୁ କରୋନା ସଚେତନା କରିବା ସହ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ। ସରୋଜଙ୍କ ଏଭଳି ପ୍ରୟାସକୁ ଦୁଇ ଗ୍ରାମବାସୀ ପ୍ରଶଂସା କରିଛନ୍ତି। କେବଳ ଗ୍ରାମବାସୀ ନୁହେଁ କରୋନା ସମୟରେ ଏଭଳି ସହାୟତାର ହାତ ବଢାଇ ଥିବାରୁ ସରୋଜଙ୍କୁ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us