ବୌଦ୍ଧ: ଖୁଣ୍ଟିଗୋରା ସରପଞ୍ଚଙ୍କ ଉପରେ ଆକ୍ରମଣ, ମାମଲା ରୁଜୁ

Advertisment
ବୌଦ୍ଧ: ଖୁଣ୍ଟିଗୋରା ସରପଞ୍ଚଙ୍କ ଉପରେ ଆକ୍ରମଣ, ମାମଲା ରୁଜୁ

amarujala.com

ଖୁଣ୍ଟିଗୋରା(ବୌଦ୍ଧ): କଣ୍ଟାମାଳ ଥାନା ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ସରପଞ୍ଚ ପ୍ରହଲ୍ଲାଦ ସେଠୀଙ୍କୁ କିଛି ଦୁର୍ବୁତ୍ତ ଗୁରୁବାର ଆକ୍ରମଣ କରି ମାଡମାରିଛନ୍ତି। ଅଭିଯୋଗରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ସହରର ଶାସ୍ତ୍ରୀନଗରପଡାରରେ ରହୁଥିବା ସରପଞ୍ଚଙ୍କ ନିଜ ସଢୁ ବ୍ରଜ ସେଠୀ ୪ ଦିନ ହେବ ସପରିବାର ସହିତ କୁଣିଆ ଆସିଥିଲେ। ଅତିଥି ମାନେ ବଳାଙ୍ଗୀର ଫେରିବାର ଥିଲା। ତେଣୁ ସରପଞ୍ଚ ସେଠୀ ଓ ତାଙ୍କ ସଢୁ ବାଇକ ଯୋଗେ ଘଣ୍ଟାପଡା ଯାଇ କିଛି କପଡା କିଣି ଘରକୁ ଫେରୁଥିଲେ। ଏସମୟରେ ଆଗରୁ ଛପି ରହିଥିବା ମସିଣାଗୋରା ଗ୍ରାମର କିଛି ଦୁର୍ବୁତ୍ତ ମସିଣାଗୋରା ରେଙ୍ଗାଲିପଡା ବରଗଛ ଛକଠାରେ ଠେଙ୍ଗା ଓ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେଯ ଆକ୍ରମଣରେ ସରପଞ୍ଚ ଶ୍ରୀ ସେଠୀଙ୍କ କାନ୍ଧରେ ଆଘାତ ହେବା ସହ ତାଙ୍କ ସଢୁ ବ୍ରଜ ସେଠୀଙ୍କ ମୁହରେ କ୍ଷତ ହୋଇଛି। ଘଟଣାସ୍ଥଳରେ ଘଣ୍ଟାପଡା ଫାଣ୍ଡି ଏଏସଆଇ ଜ୍ୟୋତି ରଂଜନ ମିଶ୍ର ପହଞ୍ଚି ଆହତଙ୍କୁ ଖୁଣ୍ଟିଗୋରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇଥିଲେ। ଏବିଷୟରେ ସରଫଞ୍ଚ ଶ୍ରୀ ସେଠୀଙ୍କ ପ୍ରତିକ୍ରିୟା ନେବାରୁ ବୁଧବାର ପଞ୍ଚାୟତର କିଛି ହିତାଧିକାରୀ ମନରେଗା ଯୋଜନାର ଅର୍ଥ ହେରଫେର ଘଟଣାକୁ ନେଇ ପଞ୍ଚାୟତ ଘେରାଉ କରିବା ସହିତ ୪୧ ନମ୍ବର ରାଜ୍ୟରାଜପଥକୁ ଅବରୋଧ କରି ଗ୍ରାମ୍ୟ ରୋଜଗାରଙ୍କ ବିରୋଧରେ ଗଣମାଧ୍ୟମକୁ ଖବର ଦେଇଥିଲେ ଏଥିରେ ଜିଆରଏସ୍‌ ମୋ ଉପରେ ଉତ୍ୟକ୍ତ ହୋଇ ତାଙ୍କ ଅନୁଚର ମାନଙ୍କ ସହାୟତାରେ ଆଜି ଆକ୍ରମଣ କରିଥିବା ସନ୍ଦେହ କରିଛନ୍ତି।

ଗ୍ରାମ ରୋଜଗାର ସେବକ ସମୀର ଖଟୁଆଙ୍କ ପ୍ରତିକ୍ରିୟା ନେବାରୁ ମୁଁ ଭୁବନେଶ୍ୱରରେ ଅଛି ବୁଧବାର କଣ ହେଇଛି ସେବିଷୟରେ ମୁଁ ବିଶେଷ କିଛି ଜାଣିନି। ତାଛଡା ସରପଞ୍ଚଙ୍କ ଉପରେ ମୁଁ କାହିଁକି ଆକ୍ରମଣ କରିବି ଯ ଯଦି ସେ ମତେ ନିନ୍ଦା ଦେଉଛନ୍ତି, ତାହା ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଯ ଉକ୍ତ ବିଷୟରେ ଘଣ୍ଟାପଡା ଫାଣ୍ଡିିରେ ଏକାଦଶୀ ମହାକୁଡ, ସରତ ଭୋଇ ଓ ମନ୍ନଥ ଭୋଇଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚଲାଇଥିବା ଫାଣ୍ଡି ଅଧିକାରୀ ବଳଭଦ୍ର ଗଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe