ନିର୍ବାଚନର ୨ ଦିନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ନିଖୋଜ, ଥାନାରେ ଅଭିଯୋଗ ଆଣିଲେ ପ୍ରାର୍ଥୀଙ୍କ ସ୍ତ୍ରୀ

Advertisment
ନିର୍ବାଚନର ୨ ଦିନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ନିଖୋଜ, ଥାନାରେ ଅଭିଯୋଗ ଆଣିଲେ ପ୍ରାର୍ଥୀଙ୍କ ସ୍ତ୍ରୀ

ବିଶୋଇ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ରାତି ପାହିଲେ ନିର୍ବାଚନ ଥିବାବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ନିର୍ବାଚନ ୨ ଦିନ ପୂର୍ବରୁ ଏହି ବ୍ଲକର ଜଣେ ଯୁବ ସରପଞ୍ଚ ପ୍ରାର୍ଥୀ ଗତକାଲି ଠାରୁ ନିଖୋଜ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ନିଖୋଜ ସରପଞ୍ଚ ପାର୍ଥି ହେଲେ ଭାତଛତ୍ର ପଞ୍ଚାୟତର ବବେଇଜଳା ଗ୍ରାମର ସଦାନନ୍ଦ ଟୁଡୁ। ଭାତଛତ୍ର ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟା ବାସନ୍ତୀ ଟୁଡୁଙ୍କ ସ୍ୱାମୀ ସଦାନନ୍ଦ ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବରେ ନିର୍ବାଚନୀ ଲଢୁଥିଲେ।

ତେବେ,ଗତକାଲି ସନ୍ଧ୍ୟା ସମୟରେ ସଦାନନ୍ଦ ଘରୁ ବାହାରି ଆଉ ଫେରିନଥିଲେ।ସଦାନନ୍ଦଙ୍କ ପରିବାର ଲୋକେ ସଦାନନ୍ଦଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଦାନନ୍ଦଙ୍କ ଫୋନ ସୁଉଚ୍ଚ ଅଫ ଥିବା କାରଣରୁ ତାଙ୍କ ସହିତ ଯୋଗାଯୋଗ କରିପାରିନଥିଲ।ତେବେ,ଗତକାଲି ବିଳମ୍ବିତ ରାତ୍ରିରେ ୪୯ ନଂ  ଜାତୀୟ ରାଜପଥରେ ବିଶୋଇ ପୋଲିସ ଦ୍ୱାରା ରାତ୍ରିକାଳୀନ ପେଟ୍ରୋଲିଂ ଚାଲିଥିବା ସମୟରେ  ବବେଇଜଳା ଛକରେ ଥିବା  ସଦାନନ୍ଦଙ୍କ ବାଇକକୁ ପୋଲିସ ଉଦ୍ଧାର କରିଥିଲା।ତେବେ,ଆଜି ସକାଳ ପର୍ଯ୍ୟନ୍ତ ସଦାନଦ ଘରକୁ ଫେରିବାର ନଦେଖି ସଦାନନ୍ଦଙ୍କ ସ୍ତ୍ରୀ ବାସନ୍ତୀ ଗ୍ରାମ ବାସିନ୍ଦା ସହିତ ମିଶି ବିଶୋଇ ଥାନାକୁ ଆସି ଏକ ଲିଖିତ ଅଭିଯୋଗ ଦେଇଛନ୍ତି।ଏହି ଘଟଣାକୁ ନେଇ ବିଶୋଇ ରାଜନୀତି ମହଲରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୋଲିସ ନିଖୋଜ ସରପଞ୍ଚ ପାର୍ଥିଙ୍କୁ ଖୋଜିବା ପାଇଁ ଘଟଣାର ଛାନବିନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe