ଧର୍ମଗଡ଼: ଦିନକୁ ଦିନ କରୋନାର ଦ୍ବିତୀୟ ଲହର କ୍ଷୀପ୍ର ଗତିରେ ମାଡ଼ିଚାଲିଛି। ଶୁକ୍ରବାର କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ବ୍ଲକ୍ ଲିମସେର ଗାଁରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ୬ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ଏହି ଗାଁକୁ ବୃନ୍ଦାବାହାଲ ସରପଞ୍ଚ ହେମାଙ୍ଗିନୀ ରାଉତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଲିମସେର ଗାଁରେ ଲୋକଙ୍କ ସମାଗମ ଉପରେ ରୋକ ଲଗାଯାଇଛି। ସମସ୍ତ ଦୋକାନ ବଜାର,ଧାର୍ମିକ ଅନୁଷ୍ଠାନ, ସରକାରୀ ଅଫିସ ଓ ଯାନବାହନ ଚଳାଚଳ ଆସନ୍ତା ୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଲିମସର ଗାଁର ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ କରି ଯାତାୟାତ ଉପରେ ରୋକ ଲଗାଇଛି ବ୍ଲକ୍ ପ୍ରଶାସନ। ଅପରପକ୍ଷରେ ଶନିବାର କୋଭିଡ ଗାଇଡ୍ଲାଇନ ଅନୁସାରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରାଯାଇଛି। ଗୋଲାମୁଣ୍ତା ତହସିଲଦାରେ ସବେର୍ଶ୍ବର ଜାଲ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଛନ୍ତି।
କଳାହାଣ୍ଡି: ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ
Advertisment
Follow Us