କରୋମ ଅଭାବ ଯୋଗୁଁ ଧଡ଼ାସାହି ସରପଞ୍ଚଙ୍କ ପଦ କାୟମ 

Advertisment
କରୋମ ଅଭାବ ଯୋଗୁଁ ଧଡ଼ାସାହି ସରପଞ୍ଚଙ୍କ ପଦ କାୟମ 

ଚିତ୍ରଡ଼ା: ମୋରଡ଼ା ବ୍ଲକ ଧଡ଼ାସାହି ପଞ୍ଚାୟତର ସରପଞ୍ଚ ରାଓଁଦେ ଟୁଡୁଙ୍କ ବିରୋଧରେ ପଞ୍ଚାୟତର ୧୧ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ମଧ୍ୟରୁ ୭ ଜଣ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।ଅଭିଯୋଗ କରିଥିଲେ କି ସରପଞ୍ଚ ଶ୍ରୀ ଟୁଡୁ ମନମୁଖୀ କାର୍ଯ୍ୟ କରୁଛନ୍ତି।ତେବେ ଏନେଇ ଆଜି ଅନାସ୍ଥା ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ବେଳେ ଅନାସ୍ଥା ଭୋଟ ପାଇଁ ପ୍ରିଜାଇଡିଂ ଅଫିସର ଭାବେ ମୋରଡ଼ା ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ, ମାଜିଷ୍ଟ୍ରେଟ ଭାବେ ରାସଗୋବିନ୍ଦପୁର ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ,ଜିପିଓ ସୁଶାନ୍ତ କୁମାର ରାଉଳ ପ୍ରମୁଖ ଦିନ ୧୧ ଟାରୁ ଧଡ଼ାସାହି ପଞ୍ଚାୟତ କାର୍ଯ୍ୟାଳୟ ରେ ଭୋଟ ଗ୍ରହଣ ପାଇଁ ଉପସ୍ଥିତ ରହିଥିବା ବେଳେ ଦିନ ୧ଟା ପର୍ଯ୍ୟନ୍ତ ସରପଞ୍ଚ ଶ୍ରୀ ଟୁଡୁଙ୍କ ବିରୋଧରେ ଅନାସ୍ଥା ଆଣିଥିବା ୭ ଜଣ ୱାର୍ଡ ସଭ୍ୟ /ସଭ୍ୟା ଭୋଟ ଦାନ କରିବାକୁ ଆସିନଥିଲେ।

ଯାହାଫଳରେ ସମୟ ପାର ହୋଇଯାଇଥିବା ବେଳେ ସରପଞ୍ଚ ଙ୍କ ବିରୋଧୀଙ୍କ କରୋମ ଅଭାବ ଯୋଗୁଁ ସରପଞ୍ଚ ଶ୍ରୀ ଟୁଡୁ ଙ୍କ ସରପଞ୍ଚ ପଦ କାୟମ ରହିଥିବା ଜଣାପଡ଼ିଛ।ସରପଞ୍ଚ ଶ୍ରୀ ଟୁଡୁ ଉପସ୍ଥିତ ରହିଥିବା ବେଳେ ଶ୍ରୀ ଟୁଡୁଙ୍କ ବିରୋଧରେ ଅନାସ୍ଥା ଆଣିଥିବା ୱାର୍ଡ ସଭ୍ୟ/ସଭ୍ୟା ନାଏବ ସରପଞ୍ଚ ଛତିଶ ଚନ୍ଦ୍ର ତୁଙ୍ଗ, ସୁନିତା ପାଟବନ୍ଧା,ସରସ୍ୱତୀ ପାତ୍ର, ବିଜୟ କୁମାର ଟିପିରିଆ, ଚମ୍ପା ଟୁଡୁ,ଲକ୍ଷ୍ମୀଧର ହେମ୍ବ୍ରମ, ପିତାମ୍ବର ଦାସ  ଅନୁପସ୍ଥିତ ରହିବା ଯୋଗୁଁ ସରପଞ୍ଚଙ୍କ ପଦ କାୟମ ରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe